ବିସ୍ଫୋରଣ ଘଟି ୭ ଗୁରୁତର

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେରୁହାବାଡ଼ି ଗାଁରେ ବିସ୍ଫୋରଣ ଘଟି ୭ ଗୁରୁତର ହୋଇଥିବା ଜଣାପଡିଛି । ଘର ଭିତରେ ବିସ୍ଫୋରଣ ହେଲା ଗଚ୍ଛିତ ଥିବା ବିସ୍ଫୋରକ ସାମଗ୍ରୀ । ଗୋଟିଏ ପରିବାରର ୭ଜଣ ଗୁରୁତର । ସମସ୍ତ ଗୁରୁତରଙ୍କୁ କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ, କୋଦଳା ଥାନା ବେରୁହାବାଡ଼ି ଗାଁର ଦଣ୍ଡପାଣି ବେହେରାଙ୍କ ଘରେ ପୂର୍ବରୁ ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ଥିଲା । ଆଜି ହଠାତ୍ ବିସ୍ଫୋରକ ସାମଗ୍ରୀ ଗୁଡ଼ିକ ବିସ୍ଫୋରଣ ହୋଇଥିଲା । ଫଳରେ ଦଣ୍ଡପାଣିଙ୍କ ପରିବାରର ୭ ଜଣ ସଦସ୍ୟ ଆହତ ହୋଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ କରାଯାଇଛି । ଅସାବଧାନତା ଯୋଗୁଁ ଏପରି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି । ସେପଟେ ଅଘଟଣ ସଂପର୍କରେ ଖବର ପାଇ ପୁରୁଷୋତ୍ତମପୁର ଏସ୍‌ଡିପିଓ ଏବଂ କୋଦଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

3 × 4 =