pakka

ଯୌତୁକ ନିର୍ଯ୍ୟାତନା ମାମଲାରେ ଆହ୍ଲାବାଦ ହାଇକୋର୍ଟର ବଡ ନିଷ୍ପତ୍ତି – ୨ ମାସ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଯାଉ

bbehera

ପ୍ରୟାଗରାଜ : ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ, ବୈବାହିକ ମାମଲାରେ ଏଫଆଇଆର ପଞ୍ଜିକରଣ ହେବା ପରେ ନାମିତ ଅଭିଯୁକ୍ତଙ୍କ ବିରୋଧରେ ଦୁଇ ମାସର ‘କୁଲ୍‌ ଟାଇମ୍‌’ ପର୍ଯ୍ୟନ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଉ । ଜଷ୍ଟିସ ରାହୁଲ ଚତୁର୍ବେଦୀ ମୁକେଶ ବନସାଲ, ତାଙ୍କ ପତ୍ନୀ ମଞ୍ଜୁ ବନସାଲ ଏବଂ ପୁଅ ସାହିବ ବନସଲଙ୍କ ଦ୍ୱାରା ଦାଖଲ ହୋଇଥିବା ସଂଶୋଧନ ଆବେଦନ ଶୁଣିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଅଦାଲତ କହିଛନ୍ତି ଯେ, ଏହି ‘କୁଲିଂ ଅବଧି’ରେ ତୁରନ୍ତ ପରିବାର କଲ୍ୟାଣ କମିଟିକୁ ମାମଲା ପଠାଯିବ । କେବଳ ସେହି ମାମଲାଗୁଡ଼ିକୁ ଏହି କମିଟିକୁ ପଠାଯିବ ଯେଉଁଥିରେ ଆଇପିସିର ଧାରା ୪୯୮(ଏ) (ଯୌତୁକ ନିର୍ଯ୍ୟାତନା ମାମଲା) ଏବଂ ଅନ୍ୟାନ୍ୟ ଦଫା ରହିଛି । ଯେଉଁଠାରେ ୧୦ ବର୍ଷରୁ କମ୍ ଜେଲ ଦଣ୍ଡ ଅଛି ଏବଂ ମହିଳାଙ୍କର କୌଣସି ଆଘାତ ହୋଇ ନାହିଁ, ସେଭଳି ମାମଲାକୁ ପରିବାର କଲ୍ୟାଣ କମିଟିକୁ ପଠାଯିବ ।

jay balangir
Leave A Reply

Your email address will not be published.

15 − thirteen =