pakka

ନଦୀରେ ଗାଧୋଇବା ବେଳେ କୁମ୍ଭୀରଠାରୁ ଅଳ୍ପକେ ବର୍ତ୍ତିଲେ ମହିଳା

bbehera

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଞ୍ଚାୟତ ରାଉଳିଆ ଗାଁରେ ନଦୀରେ ଗାଧୋଇବା ବେଳେ କୁମ୍ଭୀରଠାରୁ ଅଳ୍ପକେ ବର୍ତ୍ତିଲେ ମହିଳା । ମହିଳାଙ୍କ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି ।

ସୂଚନାନୁଯାୟୀ, ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଞ୍ଚାୟତ ରାଉଳିଆ ଗାଁର ମଞ୍ଜୁଲତା ସାମଲ କଣ୍ଠିଆ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ତାଙ୍କ ଉପରକୁ ଏକ କୁମ୍ଭୀର ଆକ୍ରମଣ କରିଛି । ତେବେ ମଞ୍ଜୁଲତା କୁମ୍ଭୀର ହାବୁଡ଼ରୁ କୌଶଳ କ୍ରମେ ଖସି ଆସିଛନ୍ତି । ତାଙ୍କ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

jay balangir
Leave A Reply

Your email address will not be published.

4 × 5 =