ରାଷ୍ଟ୍ରପତି ନିର୍ବାଚନ : ଦିଲ୍ଲୀରେ ବିରୋଧୀ ବୈଠକ ଜାରି, ମହାତ୍ମା ଗାନ୍ଧୀଙ୍କ ନାତି ବିରୋଧୀ ଦଳର ପ୍ରାର୍ଥୀ ହୋଇପାରନ୍ତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନକୁ ନେଇ ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ସିଏମ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ବିରୋଧୀ ଦଳ ମାନଂକର ନେତାଙ୍କ ଏକ ବୈଠକ ଚାଲିଛି । ଏହି ବୈଠକରେ ଶରଦ ପାୱାର, ପିସି ଚାକୋ, ଆରଜେଡି ସାଂସଦ ମନୋଜ ଝା, ଅମର ଅବଦୁଲ୍ଲା, ମେହବୁବା ମୁଫତି, ଏଚଡି ଦେବ ଗୌଡା, କୁମାରସ୍ୱାମୀ, ଟିଆର ବାଲୁ, ଅଖିଳେଶ ଯାଦବ, ପ୍ରିୟଙ୍କା ଚତୁର୍ବେଦୀ, ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରଣଦୀପ ସୁରଜେୱାଲା ଉପସ୍ଥିତ ଅଛନ୍ତି । ତେବେ ଆମ୍ ଆଦମୀ ପାର୍ଟି ଏବଂ ଟିଆରଏସର କୌଣସି ନେତା ଏହି ସଭାରେ ଯୋଗ ଦେଇନାହାଁନ୍ତି ।

ଏହାପୂର୍ବରୁ ମମତା ବାନାର୍ଜୀ ୨୨ଟି ବିରୋଧୀ ଦଳଙ୍କୁ ଚିଠି ଲେଖି ବିଜେପି ବିରୋଧରେ ଏକଜୁଟ ହୋଇ ରାଷ୍ଟ୍ରପତି ନିର୍ବାଚନରେ ​​ଏକତା ପ୍ରଦର୍ଶନ କରିବାକୁ ଆହ୍‌ହ୍ୱାନ ଦେଇଛନ୍ତି । ରାଷ୍ଟ୍ରପତି ପଦ ପାଇଁ ମମତା ବାନାର୍ଜୀଙ୍କ ସମେତ ବିରୋଧୀ ଦଳର ନେତାମାନେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବାଛିଥିଲେ ମଧ୍ୟ ଶରଦ ପାୱାର ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।

କୁହାଯାଉଛି ଯେ, ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳ କୃଷ୍ଣ ଗାନ୍ଧୀଙ୍କ ନାମ ସାମ୍‌ନାକୁ ଆସୁଛି । ସୂତ୍ରରୁ ପ୍ରକାଶ ଯେ, ଗୋପାଳକୃଷ୍ଣ ଗାନ୍ଧୀ ଏହି ବିଷୟରେ ବିଚାର କରିବାକୁ ସମୟ ଲୋଡିଛନ୍ତି ।

Leave A Reply

Your email address will not be published.

three × five =