ବଜ୍ରପାତରେ ନାବାଳିକା ମୃତ

ଉଦଳା : ବଜ୍ରପାତରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ନାବାଳିକା ଜଣକ ହେଲେ ଶରତ ଥାନା କଟୁରିଆ କଟୁରିଆ ଗ୍ରାମର ଗୁମି ମୁର୍ମୁ ବୋଲି ଜଣାପଡିଛି । ସୂଚନା ଅନୁସାରେ କଟୁରିଆ ଗ୍ରାମର ଗୁମି ମୁର୍ମୁ ମଙ୍ଗଳବାର ସନ୍ଧ୍ୟା ସମୟରେ ଘର ବାରଣ୍ଡାରେ ବସିଥିଲେ । ହଠାତ୍ ବର୍ଷରାହେବା ସହିତ ବଜ୍ରପାତ ହୋଇଥିଲା । ବଜ୍ରପାତରେ ଗୁମି ଗୁରୁତର ହୋଇ ପଡିବା ପରେ ପରିବାର ଲୋକେ ପ୍ରଥମେ ଶରତ ଡାକ୍ତରଖାନାକୁ ନେଇଥିଲେ । ପରେ ଉଦଳା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଆଣିଥିଲେ । ଉଦଳା ଡାକ୍ତରଖାନାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଜଣାପଡିବା ପରେ ଶରତ ପୋଲିସ୍ ଡାକ୍ତରଖାନାରେ ପହଂଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହୋଇଛି ।

Leave A Reply

Your email address will not be published.

six + sixteen =