pakka

ବିଶିଷ୍ଟ ଐତିହାସିକ ମିହିରେନ୍ଦ୍ର ପ୍ରତାପଙ୍କ ପରଲୋକ

bbehera

ମ, ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ, ରାମପୁର ରାଜା ପରିବାରର ସଦସ୍ୟ, ବିଶିଷ୍ଟ ଐତିହାସିକ ମିହିରେନ୍ଦ୍ର ପ୍ରତାପ ସିଂହ ଦେଓଙ୍କ ପରଲୋକ ହୋଇଯାଇଛି । ସ୍ୱର୍ଗତ ସିଂହ ଦେଓ ଜନ୍ମ ତା ୨୦ ଏପ୍ରିଲ ୧୯୫୬ ମସିହା ରେ, ସ୍ୱର୍ଗତ ରାଜା ଗୌରଚନ୍ଦ୍ର ସିଂହ ଦେଓଙ୍କ ଚାରି ପୁତ୍ର ମଧ୍ୟରୁ ମିହିରେନ୍ଦ୍ର ପ୍ରତାପ ସିଂହ ଦେଓ ତୃତୀୟ ପୁତ୍ର ରୂପେ ଜନ୍ମ ଗ୍ରହଣ କରିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମ୍‌.ଏ ଏବଂ ଏଲ୍‌. ଏଲ୍‌. ବି. ସାରି ମଦନପୁର, ରାମପୁର, ଜୁଡ଼ିସିଆଲ କୋର୍ଟରେ ଓକିଲାତି କରୁଥିଲେ, ଓକିଲାତି କରୁଥିବା ସମୟରେ ସେ କଳାହାଣ୍ଡିର ଇତିହାସକୁ ନେଇ ଗବେଷଣା କରି ଚାଲିଥିଲେ । ତାଙ୍କର ଗବେଷଣାରୁ ଲିଖିତ ଦୁଇ ଖଣ୍ଡ ପୁସ୍ତକ ପ୍ରକାଶ ହୋଇଯାଇଛି ଯଥା ‘କାରୁଣ୍ଡ – ଦ ଭାଣିଷଡ଼ ଏ ଅମ୍ପେୟାର’ ଓ ‘ଦ ଅନ୍ ନୋନ୍‌ ଇକୋନୋଗ୍ରାଫି ଅଫ ଇଣ୍ଡିଆ’ ପ୍ରକାଶିତ ହୋଇ ଥିବା ବେଳେ ଆଉ ଏକ ଲିଖିତ ଗବେଷଣା ହିଷ୍ଟରୀ ଅଫ ଦ ନାଗ ଡ୍ୟାନ୍‌ଷ୍ଟି ମୁଦ୍ରିତ ହୋଇ ପାରିନାହିଁ । ତିନି ବର୍ଷ ତଳେ ଜଣା ପଡିଥିଲା ତାଙ୍କ ମସ୍ତକରେ ଏକ ଟ୍ୱିମର୍‌ ଥିବା ପରେ ବାଙ୍ଗାଲୋର ମଣିପାଳ ହସ୍ପିଟାଲ୍‌ରେ ଅସ୍ତ୍ରପ୍ରୋଚାର ହୋଇ ଥିଲା କିନ୍ତୁ ପୁଣି ଥରେ ତାହା ଦେଖାଯାଇଥିଲା । ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଗତ କାଲି ରାତ୍ର ୯.୧୫ ମିନିଟ ସମୟରେ ହୃଦଘାତ ଯୋଗୁଁ ବାଙ୍ଗାଲୋର ଠାରେ ହସ୍ପିଟାଲ୍‌ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ସମୟରେ ତାଙ୍କ ପୁତ୍ର କୁମାର ନୀଖିଳେନ୍ଦ୍ର ପ୍ରତାପ ସିଂହ ଦେଓ ଏବଂ ପୁତ୍ର ବଧୂ ଶ୍ଵେତା ଦେବୀ ସାଙ୍ଗରେ ଥିଲେ । ମ, ରାମପୁର ପରିବାର ବର୍ଗ ପହଂଚିବା ଆରମ୍ଭ କରିଥିଲେ । ନୀଖିଳେନ୍ଦ୍ରଙ୍କ ବଡବାପା ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ ବେଙ୍ଗଲୋର ପହଂଚି ଆସନ୍ତା କାଲି ବେଙ୍ଗଲୋରରେ ହିଁ ଦାହ କାର୍ଯ୍ୟ ସମ୍ପନ୍ନ କରିବାକୁ ନିଷ୍ପତି ନେଇଛନ୍ତି । ମିହୀରେନ୍ଦ୍ରଙ୍କ ପରଲୋକ ଖବର ପ୍ରଚାର ହେବା ପରେ ମ, ରାମପୁର ଅଞ୍ଚଳରେ ଶୋକଛାୟା ଖେଳିଯାଇଛି ।

jay balangir
Leave A Reply

Your email address will not be published.

18 − eleven =