om academy

ବିଷାକ୍ତ ଖାଦ୍ୟ ଖାଇ ୫୦ ଅସୁସ୍ଥ

jsm

ଲମତାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ କସ୍ତୁରବା ଗାନ୍ଧୀ ଛାତ୍ରୀବାସରେ ଅଘଟଣ । ରାତି ୯ଟାରେ ଭୋଜନ ଖାଇ ଅଚାନକ ପ୍ରାୟ ୫୦ ଜଣ ଛାତ୍ରୀ ଝାଡ଼ାବାନ୍ତି ସହ ପେଟ ବ୍ୟଥାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ତୁରନ୍ତ ଡାକ୍ତରୀ ଟିମ୍‌କୁ ଖବର ଦିଆଯାଇଥିଲା । ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୫ଜଣିଆ ଡାକ୍ତରୀ ଟିମ୍‌ ଘଟଣାସ୍ଥଳର ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ସେଥି ମଧ୍ୟରୁ ୧୦ ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.