jsm

ମଦ ଦୋକାନକୁ ବିରୋଧ କରି ରାସ୍ତା ରୋକ କଲେ ବରଗଡ଼ର ନିଗମାନନ୍ଦ ବିହାର ପଡାବାସୀ

csstore

ବରଗଡ, (ମୁନ୍ନା ସାହୁ) : ମଦ ଦୋକାନକୁ ବିରୋଧ କରି ରାସ୍ତା ରୋକ କଲେ ବରଗଡ଼ ଭଟଲିଛକ ନିଗମାନନ୍ଦ ବିହାର ପଡାବାସୀ । ମଙ୍ଗଳବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ବରଗଡ଼ ଭଟଲି ରୋଡ଼ ରାସ୍ତା ଅବରୋଧ କରାଯାଇଛି । ସୂଚନା ଅନୁସାରେ ଭଟଲି ଛକ ଏକ ଜନଗହଳିପୂର୍ଣ୍ଣ ଏରିଆ ଅଟେ । ଅଞ୍ଚଳରେ ସ୍କୁଲ, ମନ୍ଦିର ସହ ହସ୍ପିଟାଲ ରହିଛି ତେବେ ଏହି ସ୍ଥାନରେ ମଦ ଦୋକାନ ଦିଆଗଲେ ଅନେକ ଅସମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବ । ପୂର୍ବରୁ ନିଗମାନନ୍ଦ ବିହାରର ଆର ପଟରେ ମଦ ଦୋକାନ ଥିବା ବେଳେ ପଡାବାସୀ ଅନେକ ଥର ପ୍ରଶାସନକୁ ମଦ ଦୋକାନ ବନ୍ଦ କରିବା ପାଇଁ ଦାବି କରିଥିଲେ । ହେଲେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ତେବେ ସରକାରଙ୍କ ନୂତନ ଟେଣ୍ଡର ପରେ ପଡା ସମ୍ମୁଖରେ ମଦ ଦୋକାନ ଦିଆଯାଉଥିବା ବେଳେ ପଡାବାସୀ ତଥା ବରଗଡ଼ବାସୀ ଏହାକୁ ବିରୋଧ କରି ରାସ୍ତାରୋକ କରିଥିଲେ । ଘଟଣା ସ୍ଥଳରେ ବରଗଡ଼ ଅବକାରୀ ବିଭାଗ ଓ ପୋଲିସ ବିଭାଗ ଉପସ୍ଥିତ ରହି ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ ।

yuvodaya
Leave A Reply

Your email address will not be published.