
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଥିବା ପୂର୍ତ୍ତ ବିଭାଗର ଡ୍ରେନକୁ ଜଣେ ବ୍ୟକ୍ତି ଅବରୋଧ କରିଦେଇଥିବା ଅଭିଯୋଗ ଉଠିଛି । ଏହାର ପରିଣାମ ସ୍ୱରୂପ ଡ୍ରେନର ପାଣି ସ୍ୱାଭାବିକ ଭାବେ ନିଷ୍କାସିତ ହୋଇପାରୁ ନଥିବାବେଳେ ଅନ୍ୟ ରାସ୍ତା ଦେଇ ପ୍ରବାହିତ ହୋଇ ନିକଟସ୍ଥ ଚାଷଜମିରେ ଜମା ହେଉଛି । ଫଳରେ ସେହି ଅଞ୍ଚଳରେ କୃତ୍ରିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଡ୍ରେନ ଅବରୋଧ ହେବା ଯୋଗୁଁ ବର୍ଷା ପାଣି ଓ ଡ୍ରେନର ନିଷ୍କାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି । ଏହା ଫଳରେ ଚାଷଜମି ଜଳମଗ୍ନ ହେବା ସହ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପୂର୍ତ୍ତ ବିଭାଗ ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଡ୍ରେନରୁ ଅବରୋଧ ହଟାଇବା ସହ ଜଳ ନିଷ୍କାସନ ବ୍ୟବସ୍ଥାକୁ ସ୍ୱାଭାବିକ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

