ପିଆର୍‌ ହାଇସ୍କୁଲ କ୍ୟାମ୍ପସ୍‌ରୁ ଉଦ୍ଧାର ହେଲା ବିରାଟକାୟ ପାହାଡ଼ି ଅଜଗର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପିଆର୍‌ ହାଇସ୍କୁଲ କ୍ୟାମ୍ପସ୍‌ ଭିତରେ ମହାଦେବ ମନ୍ଦିର ସମ୍ମୁଖରୁ ଆଜି ସକାଳ ୬ଟା ସମୟରେ ଉଦ୍ଧାର ହୋଇଛି ଏକ ବିରାଟକାୟ ପାହାଡ଼ି ଅଜଗର ।

ଗୋଟିଏ ଗଛ ଡାଳରେ ରହିଥିବା ଏହି ଅଜଗରକୁ ଲୋକେ ଦେଖିଥିବା ବେଳେ ସାପ ଧରାଳି କାହ୍ନା ଶତପଥୀ ଓ ସାନୁଜ ମିଶ୍ର ଆସି ପାହାଡ଼ି ଅଜଗରକୁ ଉଦ୍ଧାର କରିଥିଲେ । ତେବେ ଏହି ପାହାଡ଼ି ଅଜଗରର ଆନୁମାନିକ ଓଜନ ୧୦ କେଜିରୁ ଅଧିକ ଥିବା ବେଳେ ୮ ଫୁଟ୍‌ରୁ ଅଧିକ ରହିଥିବା ସାପ ଧରାଳୀଙ୍କଠାରୁ ସୂଚନା ମିଳିଛି ।

ତେବେ ପ୍ରାଣୀଧନ ଚିକିତ୍ସକଙ୍କ ପରୀକ୍ଷା ପରେ ଏହାକୁ ସ୍ଥାନୀୟ ଚାନ୍ଦଲି ଡଙ୍ଗରରେ ଛଡ଼ାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.