୧୩ ଦିନରୁ ୯୦ ଫୁଟ୍‌ ତଳେ ଦବି ରହିଛନ୍ତି ଶ୍ରମିକ : ଉଦ୍ଧାର କରି ପାରିନି ପ୍ରଶାସନ

ଜୟପୁର : ରାଜସ୍ଥାନର ପାଲି ଜିଲ୍ଲାରେ ୯୦ ଫୁଟ୍‌ ଗଭୀର କୂପରେ ଜଣେ ଶ୍ରମିକ ୧୩ ଦିନ ହେବା ଦବି ରହିଛନ୍ତି । ପ୍ରଶାସନ ତାଙ୍କୁ ଉଦ୍ଧାର କରି ପାରି ନଥିବା କୁହାଯାଇଛି । ପ୍ରଶାସନ ହାତ ଟେକି ଦେଇଥିବା ସାଧାରଣରେ ଆଲୋଚନା ହେଉଛି । ପୋଲିସ ପକ୍ଷରୁ ସଂପୃକ୍ତ ଶ୍ରମିକଙ୍କୁ ମୃତ ଘୋଷଣା କରାଯାଇଥିବା ମଧ୍ୟ ସୂଚନା ରହିଛି । କିନ୍ତୁ ଶବ ନ ମିଳି ପୋଲିସ କେମିତି ଶ୍ରମିକଙ୍କୁ ମୃତ ଘୋଷଣା କଲା ବୋଲି ମଧ୍ୟ ଶ୍ରମିକମାନଙ୍କ ମଧ୍ୟରେ ପ୍ରଶ୍ନ ସୃଷ୍ଟି ହୋଇଛି । ପାଲି ଜିଲ୍ଲାର ପୁଲିସ ଅଧିକ୍ଷକ ରାହୁଲ କାତ୍‌କେ ଗଣମାଧ୍ୟମକୁ କହିଛନ୍ତି ଯେ, ମୃତ ଶରୀର ଉଦ୍ଧାର ହୋଇ ନଥିଲେ ମଧ୍ୟ ଏତେ ଦିନରୁ ଗଭୀର କୂପ ଭିତରେ ଦବି ରହିଥିବା ଶ୍ରମିକଙ୍କ ନିଶ୍ଚିତ ଭାବରେ ମୃତ୍ୟୁ ଘଟି ସାରିଥିବ ।

Leave A Reply

Your email address will not be published.