କରୋନା କାଳରେ ୭ ମାସ ଧରି ସ୍କୁଲ ବନ୍ଦ ଯୋଗୁଁ ସ୍କୁଲ ପରିସର ହେଲାଣି ଜଙ୍ଗଲ ଭଳି : ବିଦ୍ୟାର୍ଥୀଙ୍କୁ ପଥଭ୍ରଷ୍ଟ କଲାଣି ଅନ୍‌ଲାଇନ ପାଠପଢ଼ା

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା ଯୋଗୁଁ ଗତ ମାର୍ଚ୍ଚ ମାସ ଠାରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ କଲେଜ ବନ୍ଦ ରହିଛି । ଶିକ୍ଷାରେ ଅବନତି ଘଟିବା ଅଶଙ୍କାରେ ଅନ୍‌ଲାଇନ୍‌ରେ ଶିକ୍ଷାଦାନ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ସରକାର । ଏହା ମଧ୍ୟ ଆଜି ପର୍ୟ୍ୟନ୍ତ ବଳବତ୍ତର ରହିଛି । ତେବେ ଏହି ଅନଲାଇନ ଶିକ୍ଷା ଯୋଗୁଁ ଛାତ୍ରଛାତ୍ରୀମାନେ ପଥଭ୍ରଷ୍ଟ ହେଉଥିବା ଅଭିଭାବକମାନେ ଅଭିଯୋଗ କରୁଛନ୍ତି । ପାଠ ପଢିବା ଆଳରେ ମୋବାଇଲ ଫୋନ୍ ନେଇ ଛାତ୍ରଛାତ୍ରୀମାନେ ମନୋରଞ୍ଜନର ମାଧ୍ୟମ ଭାବେ ବ୍ୟବହାର କରୁଛନ୍ତି । ମୋବାଇଲରେ ଘଣ୍ଟା ଘଣ୍ଟା ଧରି ଗେମ୍ ଖେଳିବା, ଫେସ୍‌ବୁକ୍, ୟୁଟ୍ୟୁବ ଓ ହ୍ୱାଟ୍‌ଆପ ଚଳାଇ ବସୁଛନ୍ତି । ସ୍କୁଲ ବନ୍ଦ ହେବା କାରଣରୁ ସ୍କୁଲ ପରିସରରେ ଅନା ବନା ଘାସରେ କୁତ୍ରିମ ଜଙ୍ଗଲ ସୃଷ୍ଟି ହୋଇ ସରୀସୃପମାନଙ୍କ ଚରାଭୂଇଁ ପାଲଟିଥିବା ଦେଖିବାକୁ ମିଳୁଛି । ମହାମାରୀ କରୋନା ଯୋଗୁଁ ଚଳିତ ବର୍ଷ ମାର୍ଚ୍ଚ ୨୫ ତାରିଖରୁ ବିଧିବଦ୍ଧ ଭାବେ ସମସ୍ତ ସରକାରୀ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଥିଲା । ଗତ ଏପ୍ରିଲ ମାସରୁ ଶିକ୍ଷାବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ ଶିକ୍ଷାନୁଷ୍ଠାନ ବନ୍ଦ । ତେବେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସରକାରୀ ଓ କେତେକ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅନ୍ ଲାଇନ୍ ପାଠପଢ଼ା ପାଇଁ ନିଷ୍ପରି ନେଇଥିଲେ । ହେଲେ ଏଥିରେ ଅନେକ ସମସ୍ୟା ଉପୁଜିଥିଲା । ମୋବାଇଲ ନଥିବା ପିଲାମାନଙ୍କ ପରିବାର ଲୋକେ ଧାର କରଜ କରି ମୋବାଇଲ କିଣିବାକୁ ବାଧ୍ୟ ହୋଇଥିଲେ । ସେଥିରେ ମଧ୍ୟ କେତେକ ଗ୍ରାମରେ ମୋବାଇଲ ନେଟ୍ୱାର୍କ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଥିଲା । ଏହିପରି ଯଥା କଥା ପାଠପଢ଼ା ଆରମ୍ଭ ହୋଇଥିଲା ବେଳେ ଏହା ଦୀର୍ଘ ୬ ମାସ ଧରି ଏହି ଅଇନ୍ ପାଠପଢ଼ା ଏକମାତ୍ର ଭରସା ହୋଇଛି । ଗୋଟିଏ ଗୋଟିଏ ଘରେ ଗୋଟିଏରୁ ଦୁଇଟି ମୋବାଇଲ୍ ଫୋନ୍ ଥିବା ବେଳେ ପଢ଼ା ପିଲାଙ୍କ ସଂଖ୍ୟା ୨ରୁ ୩ । ତେଣୁ ସେମାନଙ୍କ ପାଠପଢ଼ାରେ ମଧ୍ୟ ବ୍ୟତିକ୍ରମ ଦେଖାଦେଉଛି । ସେହିପରି କେତେକ ଅଞ୍ଚଳରେ ସିଗନାଲ୍ ଆସୁ ନ ଥିବାରୁ ଛାତ୍ରଛାତ୍ରୀମାନେ ବିପଦଜନକ ଭାବେ ଡୁଙ୍ଗୁରି କିମ୍ବା ଗଛରେ ଚଢ଼ି ପାଠ ପଢୁଥିବା ଦେଖାଯାଉଛି । ଅନ୍ୟପକ୍ଷରେ ପିଲାମାନଙ୍କୁ ମୋବାଇଲ୍ ବାପା-ମାଆ କାମରେ ପଳାଇବା ପରେ ସେମାନେ ପାଠ ପଢ଼ିବା ପରିବର୍ତ୍ତେ ମୋବାଇଲରେ ଘଣ୍ଟା ଘଣ୍ଟା ଗେମ୍ ଖେଳିବା ସହ ଦ୍ଵାଟ୍ସଆପ ଏବଂ ଫେସ୍‌ବୁକ୍‌ରେ ବ୍ୟସ୍ତ ରହୁଛନ୍ତି । ସେହିପରି ସ୍କୁଲଗୁଡ଼ିକ ବନ୍ଦ ଥିବାରୁ ଏହାର ପରିସର ବଣ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଗଲାଣି । ଦେଓଗାଁ ବ୍ଲକରେ ଏପରି ଏକ ଉଦାହରଣ ଦେଖୁବାକୁ ମିଳିଛି କଛାରପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ । ବିଦ୍ୟାଳୟକୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଆସୁନଥିବାରୁ ସେଠାରେ ଜଙ୍ଗଲ ସୃଷ୍ଟି ହୋଇ ସାପ ଆଦି ସରୀସୃପମାନଙ୍କ ଆଶ୍ରୟସ୍ଥଳୀ ପାଲଟି ଗଲାଣି । ଖାଲି କଛାରପାଲି ନୁହେଁ ଦେଓଗାଁ ବ୍ଲକର ଶତାଧିକ ସ୍କୁଲର ଅବସ୍ଥା ଏମିତି । ଶିକ୍ଷା ବ୍ୟବସ୍ଥାରେ କିଛି ଉନ୍ନତି ନ ଆଣିବା ଯୋଗୁଁ ପିଲାମାନଙ୍କ ପାଠପଢ଼ାରେ ବ୍ୟତିକ୍ରମ ଦେଖା ଦେଉଛି ବୋଲି ପିିଲାଙ୍କ ମୁହଁରେ ନିରାଶ ଭାବ ଦେଖାଦେଇଛି ବୋଲ କହିଛନ୍ତି । ବିିିଦ୍ୟାଳୟ କେେବେ ଖୋଲିବ ଓ ପାଠପଢ଼ା ସ୍ଵାଭାବିକ ହେବ, ତାହା ଅଭିଭାବକମାନଙ୍କ ଚିନ୍ତାର କାରଣ ପାଲଟିଛି । ଅନ୍ୟପକ୍ଷରେ କେତେକ ସ୍କୁଲକୁ ସରକାର କରୋନା ସଙ୍ଗରୋଧ କେନ୍ଦ୍ର କରିଥିବା ଯୋଗୁଁ ସ୍କୁଲ ଖୋଲିବା ପରେ ପିଲାମାନଙ୍କୁ ସ୍କୁଲ ଛାଡ଼ିବା ନେଇ ଅଭିଭାବକମାନେ ସଂକୋଚ ପ୍ରକଟ କରୁଛଛି । ତେଣୁ ସରକାର ଏଥିପ୍ରତି ଦୃଷ୍ଟିଦେଇ ସ୍କୁଲ, କଲେଜର ଉନ୍ନତିକୁ ସ୍ଵାଭାବିକ କରନ୍ତୁ ବୋଲି ଅଭିଭାବକ ମହଳରେ ଦାବୀ ହୋଇଛି ।

Leave A Reply

Your email address will not be published.