ବ୍ୟାଙ୍କ ନୋଟ୍‌, ମୋବାଇଲ୍‌ ସ୍କ୍ରିନ୍‌ରେ କରୋନା ଭାଇରସ୍‌ ୨୮ ଦିନ ପର୍ଯ୍ୟନ୍ତ ବଂଚି ରହେ : ଅଷ୍ଟ୍ରେଲିଆ ଗବେଷକ

ନେଲବର୍ନ୍‌ : ଅଷ୍ଟ୍ରେଲିଆର ଗବେଷକମାନେ ଦାବୀ କରିଛନ୍ତି ଯେ, ୨୦ ଡିଗ୍ରୀ ସେଲ୍‌ସିଅସ୍‌ ତାପମାତ୍ରାରେ କରୋନା ଭାଇରସ୍‌ ବ୍ୟାଙ୍କ ନୋଟ୍‌, କାଚ, ମୋବାଇଲ୍‌ ସ୍କ୍ରିନ୍‌ ଏବଂ ଷ୍ଟିଲ୍‌ରେ ୨୮ ଦିନ ପର୍ଯ୍ୟନ୍ତ ବଂଚି ରହେ । ସେମାନଙ୍କ ଅନୁସାରେ କରୋନା ଭାଇରସ୍‌ ଫ୍ଲୁ ଭାଇରସ୍‌ଠାରୁ ମଧ୍ୟ ଅଧିକ ସମୟ ବଂଚି ରହୁଛି । ତେବେ କରୋନା ଭାଇରସ୍‌ଠୁ ବଂଚି ରହିବା ପାଇଁ ବାରମ୍ବାର ହାତ ଧୋଇବା ଓ ଘର ସଫେଇ ଉପରେ ବିଶେଷ ଗୁରୁତ୍ୱ ଦିଆଯିବାକୁ କୁହାଯାଇଛି ।
ଭାଇରାଲୋଜି ଜର୍ଣ୍ଣାଲରେ ପ୍ରକାଶିତ ଏହି ଗବେଷଣାତ୍ମକ ଆଲେଖ୍ୟରେ ଅଷ୍ଟ୍ରେଲିଆର ନେସ୍‌ନାଲ୍‌ ସାଇନ୍ସ ଏଜେନ୍ସି ସିଏସ୍‌ଆଇଆର୍‌ଓ.ର ଗବେଷକମାନେ କହିଛନ୍ତି ଯେ, ୨୦ ଡିଗ୍ରୀ ସେଲ୍‌ସିଅସ୍‌ ତାପମାନରେ ‘ଏସ୍‌ଏଆର୍‌ଏସ୍‌-କୋଭ୍‌-୨’ ଭାଇରସ୍‌ ୨୮ ଦିନ ପର୍ଯ୍ୟନ୍ତ ପ୍ଲାଷ୍ଟିକ୍‌ ବ୍ୟାଙ୍କ୍‌ ନୋଟ୍‌ ଏବଂ ମୋବାଇଲ୍‌ ଫୋନ୍‌ର ସ୍କ୍ରିନ୍‌ରେ ସଂକ୍ରାମକ ଅବସ୍ଥାରେ ରହୁଛି । ଇନ୍‌ଫ୍ଲୁଏନ୍‌ଜା-ଏ ଭାଇରସ୍‌ ୧୭ ଦିନ ପର୍ଯ୍ୟନ୍ତ ବଂଚି ରହେ ।

Leave A Reply

Your email address will not be published.