ବିବାହ ପାଇଁ ପରିବାର ଲୋକେ ବରପାତ୍ର ଠିକ୍ କଲା ପରେ ଯୁବତୀଙ୍କ ଆତ୍ମହତ୍ୟା

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅନ୍ତର୍ଗତ କୁଲତାଯୋର ଗାଁର ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ମ୍ରୁତ୍ୟୁ ଘଟିଛି । ମୃତ ଯୁବତୀ ଜଣକ ହେଲେ ପଞ୍ଚମୀ ଭୁଏ(୨୨) । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ପଞ୍ଚମୀ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରିଥିଲେ । ତେବେ ଅବସ୍ଥା ସଂକଟାପନ୍ନ ରହିଥିବାରୁ ତାଙ୍କୁ ବଲାଙ୍ଗିରକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ସକାଳେ ବଲାଙ୍ଗିର ଭୀମଭୋଇ ମେଡାକାଲ୍ କଲେଜ ଡାକ୍ତରଖାନାର ଆଶୁ ଚିକିତ୍ସା ବିଭାଗରେ ପଞ୍ଚମୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପଞ୍ଚମୀଙ୍କ ବିବାହ ପାଇଁ ପରିବାର ଲୋକେ ବରପାତ୍ର ଠିକ୍ କରିଥିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ତାଙ୍କ ମା’ ମାଳତୀ ଭୁଏ ପ୍ରକାଶ କରିଛନ୍ତି । ପ୍ରେମ ସଂପର୍କକୁ କେନ୍ଦ୍ର କରି ପଞ୍ଚମୀ ଆତ୍ମହତ୍ୟା କରିଥିବା ସନ୍ଦେହ ହୋଇଛି ।

Leave A Reply

Your email address will not be published.