jsm

ପାରିପାର୍ଶ୍ବିକ ବିକାଶ ବାର୍ତ୍ତା ନେଇ ତ୍ରୀକୁଟ ପାହାଡ ଚଢିଲେ ଜିଲ୍ଲା ଅଧିକାରୀ

csstore
  • ପାରିପାର୍ଶ୍ବିକ ବିକାଶରେ ସମସ୍ତ ଅଧିକାରୀ ସ୍ୱତଃ ସାମିଲ ହେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପାତାଳୀ ଶ୍ରୀକ୍ଷେତ୍ରର ପାରିପାର୍ଶ୍ବିକ ବିକାଶର ବାର୍ତ୍ତା ନେଇ ଆଜି ସକାଳୁ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସରକାରୀ ଅଧିକାରୀ ତ୍ରୀକୁଟ ପାହାଡ ଚଢି ଜଗନ୍ନାଥଙ୍କ ଦର୍ଶନ କରିଥିଲେ । ଏହି ବିଶେଷ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆବୋଲି ସୁନିଲ ନରୱେଣେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଓ ନିଶିପୁନମ ମିଞ୍ଜ, ଜିଲ୍ଲା ପରିଷଦ ସିଇଓ ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ପିଡବ୍ଲ୍ୟୁଡି ଏସ୍‌ଡିଓ ଦାମୋଦର କୈବର୍ତ୍ତ, ଉଲୁଣ୍ଡା ବିଡିଓ ହେମସାଗର ଭୋଇ, ସିଡିଏମ୍‌ଓ ବିଶ୍ୱରଞ୍ଜନ ପତି, ଡିସିଓ ଜମୁନା ପଧାନ, ଜିଏମଡିଆଇସି ବଳଭଦ୍ର ନାୟକ, ଡିଏଲଓ ଡିଲେଶ୍ବର ଖାକା, ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ଉଲୁଣ୍ଡା ତହସିଲଦାର ବିପିନ ପଧାନ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଅଧିକାରୀ ସାମିଲ ହୋଇଥିଲେ । ଅଧିକାରୀ ବୃନ୍ଦ ତ୍ରୀକୁଟ ପାହାଡରୁ ଓହ୍ଲାଇଲା ପରେ ପାହାଡ ପାଦଦେଶରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ପାତାଳୀ ଶ୍ରୀକ୍ଷେତ୍ରର ପାରିପାର୍ଶ୍ବିକ ବିକାଶ କେମିତି ଭାବରେ ହୋଇପାରିବ ସେଥି ନିମନ୍ତେ ପ୍ରତ୍ୟେକ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ସେ ସମସ୍ତ ଅଧିକାରୀଙ୍କୁ ପାତଳୀ ଶ୍ରୀକ୍ଷେତ୍ରର ପାରିପାର୍ଶ୍ବିକ ବିକାଶରେ ସମସ୍ତ ଅଧିକାରୀ ସ୍ୱତଃ ସାମିଲ ହେବାକୁ ଜିଲ୍ଲାପାଳ ପରାମର୍ଶ ପରାମର୍ଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଉପଜିଲ୍ଲାପାଳ ବୀରମହାରାଜପୁରଙ୍କ ତତ୍ୱାବଧାନରେ ଏକ ବିକାଶ ସହାୟତା ପାଣ୍ଠି ତିଆରି କରି ସେଥିରେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ପାତାଳୀ ଶ୍ରୀକ୍ଷେତ୍ରର ପାରିପାର୍ଶ୍ବିକ ବିକାଶ ପାଇଁ ନିଜସ୍ୱ ଇଚ୍ଛାରେ ବ୍ୟକ୍ତିଗତ ଭାବରେ ସାମିଲ ପୂର୍ବକ ଆର୍ଥିକ ସାହାଯ୍ୟ ସହଯୋଗ ପାଇଁ ଜିଲ୍ଲା ଅରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଅଧିକାରୀଙ୍କୁ ପରାମର୍ଶ ଦେବା ସହିତ ବ୍ୟକ୍ତିଗତ ଭାବରେ ନିଜେ ପ୍ରଥମେ ୨୦ ହଜାର ଟଙ୍କା ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଏଥିରେ ପାତାଳୀ ଟ୍ରଷ୍ଟର ଉତ୍ତର ପାତ୍ର, ପୁର୍ଣ୍ଣଚନ୍ଦ୍ର ପାଢ଼ୀ ସମେତ ଅନେକ ସଦସ୍ୟ ସାମିଲ ହୋଇଥିଲେ ।

yuvodaya
Leave A Reply

Your email address will not be published.