jayashree

ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଉଦଘାଟନୀ ମ୍ୟାଚରେ ଖୁଦପେଜକୁ ହରାଇ ବରତୁଣ୍ଡା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଓ ତାଳଭଟା ଗ୍ରାମର ମିଳିତ ଆନୁକୂଲ୍ୟରେ ତୃତୀୟ ତମ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମ ପୂର୍ବରୁ ସ୍ୱର୍ଗତ ରତ୍ନାକର ବାଗଙ୍କ ଘରୁ ପୂଜାର୍ଚ୍ଚନା କରାଯିବା ପରେ କପିଲାଭଟା ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ସାହାଜିକଟେନଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇ ମଶାଲକୁ ଗ୍ରାମ ପରିକ୍ରମା କରି ଖେଳପଡ଼ିଆରେ ସ୍ଥାପନ କରାଯାଇଥିଲା । ଆୟୋଜକ କମିଟିର ସଭାପତି ହୁଲେଶ୍ୱର ହଂସଙ୍କ ସଭାପତିତ୍ୱରେ ଆୟୋଜକ କମିଟିର ସଭାପତି ମୁଖ୍ୟ ଅତିଥି ଭାବେ ବେଲପଡା ବ୍ଲକ ଏଡିଇଓ ସଂଘ ସଭାପତି ପୃଥିରାଜ ବାଗ, ସମ୍ମାନୀୟ ଅତିଥି ଭାବେ ସମିତି ସଭ୍ୟ କେଦାର ଭୋଇ, ଯୁବନେତା ଅଶୋକ କୁମାର ବିଶି, ସମାଜସେବୀ ଦୁର୍ଦ୍ଦକ୍ଷ ହଂସ, ମା’ ସାହାଜି ଯୁବକ ସଂଘର ସଭାପତି ଜିତାମିତ୍ର ବିଶି, ଆଇ, ଇଭି ଜୟନ୍ତୀଲାଲ ହଂସ, ଯୁବ ବିଜେଡି ନେତା ତ୍ରୀବିକ୍ରମ ବେହେରା, ମା’ ସାହାଜି ଯୁବକ ସଂଘର ସମ୍ପାଦକ ପରମାନନ୍ଦ ଛତ୍ରୀଆ, ପୂର୍ବତନ ୱାର୍ଡ ମେମ୍ବର ବୀର ହଂସ, ଗିରିଗୋବର୍ଦ୍ଧନ ମହୋତ୍ସବ କମିଟିର ସଭାପତି ମନ୍ମଥ ହଂସ, ସମ୍ପାଦକ ବିଷ୍ଣୁ ପ୍ରସାଦ ଗହିର, ହରିଶ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଉଦଘାଟନୀ ମ୍ୟାଚରେ ଖୁଦପେଜ ଓ ବରତୁଣ୍ଡା ଦଳ ମଧ୍ୟରେ ଖେଳ ହୋଇଥିଲା । ଏଥିରେ ଖୁଦପେଜକୁ ୨-୦ ଗୋଲରେ ପରାସ୍ତ କରି ବରତୁଣ୍ଡା ଦଳ ବିଜୟୀ ହୋଇଥିଲା । ରେଫରୀ ନିତେଶ ମାଝୀ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ବୈଷ୍ଣବ ତାଣ୍ଡି ଓ ନବୀନ ସରାଫ ସହଯୋଗ କରିଥିଲେ । ଅଭୟ ବାଗ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଂଯୋଜକ ରାହୁଲ ବାଗ, ଉପସଭାପତି ତ୍ରୀବିକ୍ରମ ବେହେରା, ସମ୍ପାଦକ ଆଶିଷ ବେହେରା, ସହ ସମ୍ପାଦକ ଗିରିଶ ଅଦା, କୋଷାଧ୍ୟକ୍ଷ ପ୍ରିୟରଞ୍ଜନ ହଂସ, ଉପଦେଷ୍ଟା ଅଶୋକ କୁମାର ବିଶି, ପରମାନନ୍ଦ ଛତ୍ରିଆ, ସଦସ୍ୟ ଓମକାର ବାଗ, ସୁମିତ ଜାଲ, ଧର୍ମେନ୍ଦ୍ର ଦାସ, ସନ୍ତୋଷ ହଂସ ସହ ବହୁ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.