csstore

ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲରେ ବିଜ୍ଞାନ ମେଳା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ସ୍ଥାନୀୟ ସତ୍ୟନଗର ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲରେ ବାର୍ଷିକ ବିଜ୍ଞାନ ମେଳା ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ତିନି ଶହ ଛାତ୍ରଛାତ୍ରୀ ମେଳାରେ ୨୦୦ଟି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ଏହି ବିଜ୍ଞାନ ମେଳାରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ମୁଖ୍ୟ ଡ. ଆର୍ୟ୍ୟ କୁମାର ଜ୍ଞାନେନ୍ଦ୍ର ଆନୁଷ୍ଠାନିକ ଭାବେ ଯୋଗ ଦେଇ ମେଳା ଉଦ୍‌ଘାଟନ କରିଥିଲେ । ଶିକ୍ଷାବିତ୍‌ ଡ. ସୁଶାନ୍ତ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । କାର୍ୟ୍ୟକ୍ରମରେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ଚେରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଡ. ବଦ୍ରିନାଥ ପଟ୍ଟନାୟକ, ବିଦ୍ୟାଳୟର ଉପାଧ୍ୟକ୍ଷା ଡ. ନିବେଦିତା ପଟ୍ଟନାୟକ, ଆକାଡେ଼ମୀ ନିର୍ଦେଶିକା ଡ. ଗାୟତ୍ରୀ ମିଶ୍ର, ଗଙ୍ଗପଡ଼ା ଶାଖାର ଅଧ୍ୟକ୍ଷା ଶ୍ରୀମତୀ ଶୁଭସ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନଙ୍କ ପ୍ରକଳ୍ପଗୁଡ଼ିକ ଖୁବ୍‌ ଉଚ୍ଚକୋଟୀର ହୋଇଥିବାରୁ ମୁଖ୍ୟ ଅତିଥି ଓ ଅଭିଭାବକମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା । ଏହି ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ବିଦ୍ୟାଳୟ ଅଧ୍ୟକ୍ଷା ଗୀତାଂଜଳି ପଣ୍ଡା ସମସ୍ତ ଅତିଥି ଓ ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.