pakka

କାଳବୈଶାଖୀର ସମୀକ୍ଷା କଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା

bbehera

କଣ୍ଟାବାଞ୍ଜି, (ମନୀଶ କୁମାର ହଂସ) : ଆଜି ଅପରାହ୍ନ ସମୟରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିବା ବେଳେ କୁଆପଥର ବର୍ଷା ହେବା ସହ ବହୁତ୍‌ ଜୋରରେ ପବନ ହେବା ଯୋଗୁଁ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛିଛି । କାହା ଘରର ଛପର ଉଡିଯାଇଛି ତ ଆଉ କାହା ଘର ଉପରେ ଗଛ ପଡିଯାଇଛି । କାଳବୈଶାଖୀ ତାଣ୍ଡବରେ ବଙ୍ଗୋମୁଣ୍ଡାରୁ କଣ୍ଟାବାଞ୍ଜି ଯାଉଥିବା ୪୨ ନମ୍ବର ରାଜ୍ୟ ରାଜପଥ ଏବଂ ୫୯ ଜାତୀୟ ରାଜପଥ ରାସ୍ତା କଡ଼ରେ ବଡ ବଡ ଗଛ ସବୁ ଉପୁଡି ରାସ୍ତା ଉପରେ ପଡି ରହିଥିଲା । ଏଥିଯୋଗୁଁ ରାସ୍ତା ଅବରୋଧ ହୋଇଛି । ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡିଯାଇଛି । ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଛି ।

ତେବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଏ ଖବର ପାଇବା ପରେ ବଙ୍ଗୋମୁଣ୍ଡାରେ ପହଞ୍ଚି ସମୀକ୍ଷା କରିଛନ୍ତି । ବିଧାୟକ ତାଙ୍କ ସମର୍ଥକମାନଙ୍କ ସହ ବଙ୍ଗୋମୁଣ୍ଡା ସହର ବୁଲି କାଳବୈଶାଖୀର ସମୀକ୍ଷା କରିଥିବା ଜଣାପଡ଼ିଛି । କ୍ଷତିଗ୍ରସ୍‌ସ୍ତ ଲୋକଙ୍କୁ ଶୀଘ୍ର କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

sixteen − thirteen =