pakka

ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବା ପାଇଁ କ୍ଷେତ୍ର ପ୍ରସ୍ତୁତ କଲେ ପୂର୍ବତନ ମେୟର ଶିବଶଙ୍କର ଦାଶ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବା ପାଇଁ କ୍ଷେତ୍ର ପ୍ରସ୍ତୁତ କଲେ ପୂର୍ବତନ ମେୟର ଶିବଶଙ୍କର ଦାଶ, ଯାହାଙ୍କ ନାମ ସାଧାରଣରେ ପିଣ୍ଟୁ ବୋଲି ଜାଣନ୍ତି । ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ପିଣ୍ଟୁ ଏକ ଖୋଲା ଯାନରେ ଆସି ଜିଲ୍ଲା ମହକୁମା ଶୁକ୍ରବାର ଛତ୍ରପୁର ଅବତରଣ କରିଥିଲେ ଏବଂ ସେ ସ୍ଵାଧୀନ ପ୍ରାର୍ଥୀରୁ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ବ୍ରହ୍ମପୁରର ପୂର୍ବତନ ତଥା ପୁନର୍ଗଠିତ ବ୍ରହ୍ମପୁର ମହାନଗର ନିଗମର ପ୍ରଥମ ମେୟର ଶିବ ଶଙ୍କର ଦାଶ ବ୍ରହ୍ମପୁର ବିଧାନସଭା କ୍ଷେତ୍ର ପାଇଁ ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବା ଏକ ରହସ୍ୟମୟ ଆଡ଼କୁ ଗତି କରିଛି । ସେ ପ୍ରଥମେ ଗୋସାଇଁ ନୂଆଗାଁର ଅଧିଷ୍ଠାତ୍ରୀ ଦେବୀ ମା’ କାଳୁଆଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସାରିବା ପରେ ହଜାର ହଜାର ସମର୍ଥକ ଓ ସହରବାସୀଙ୍କ ଗହଣରେ ମା’ କାଳୁଆ ମନ୍ଦିରରୁ ଗୋସାଇଁ ନୂଆଗାଁ, ବିଜିପୁର, ଖଲ୍ଲିକୋଟ କଲେଜଛକ, ସୁବାରାଓ ଛକ, ଟାଟାବେଞ୍ଜ ଛକ, କମାପଲ୍ଲୀ ଛକ ଏବଂ ଖୋଡ଼ାସିଙ୍ଗି ହୋଇ ସହର ପରିକ୍ରମା କରିବା ପରେ ଶୁକ୍ରବାର ଛତ୍ରପୁରଠାରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ଶ୍ରୀ ଦାଶଙ୍କ ଧର୍ମପତ୍ନୀ ଆଇନ୍‌ଜୀବୀ ଆଶା ଦାଶ, ଗଞ୍ଜାମ ଓକିଲ ସଂଘର ବରିଷ୍ଠ ଆଇନ୍‌ଜୀବୀ ଶିବ ନାରାୟଣ ସାହୁ, ଆଇନ୍‌ଜୀବୀ ସୁବ୍ରତ ସାହୁ ଏବଂ ସମସ୍ତ ପ୍ରସ୍ତାବକ ଓ ସମର୍ଥକ ଉପସ୍ଥିତଥିଲେ ।

Leave A Reply

Your email address will not be published.

ten − one =