pakka

ଜନ ଆଶିର୍ବାଦ ସଭାରେ ଯୋଗ ଦେଲେ ହଜାର ହଜାର ବରିଷ୍ଠ ନାଗରିକ ଓ ବୁଦ୍ଧିଜିବୀ

bbehera
  • ଅଭିଜ୍ଞତାର ସକରାତ୍ମକ ପ୍ରୟୋଗ ଅଂଚଳର ବିକାଶ କରିଥାଏ – ସମରେନ୍ଦ୍ର
  • ବିକାଶ ଦିଗରେ ନରସିଂହଙ୍କ ପଦାଙ୍କ ଅନୁସରଣର ପ୍ରତିଜ୍ଞା କଲେ ସମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ହଜାର ହଜାର ସଂଖ୍ୟାରେ ଅଂଚଳରୁ ବୁଦ୍ଧିଜିବୀ ବରିଷ୍ଠ ନାଗରିକ ମତେ ଆଶିର୍ବାଦ ଦେବା ପାଇଁ ଆସି ଥିବାରୁ ମୁଁ କୃତଜ୍ଞ । ମୁଁ ପ୍ରତିଜ୍ଞା ଓ ପ୍ରତିଶୃତି ଦେଉଛି ଅଂଚଳର ବିକାଶ ଦିଗରେ ପ୍ରୀୟ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ପଦାଙ୍କ ଅନୁସରଣ କରିବି । ସେ ଦେଖେଇଥିବା ବାଟରେ ଚାଲିବି, ସମସ୍ୟା ସମାଧାନ କରିବା ଦିଗରେ ସେ ଯେପରି ପ୍ରତ୍ୟେକ ବର୍ଗ ଯଥା ଛାତ୍ର, ଯୁବକ, କୃଷକ, ଶ୍ରମିକ ମହିଳା ଓ ଅବହେଳିତମାନଙ୍କ ପ୍ରତି ସମ୍ବେଦନଶୀଳ ହୋଇ କାମ କରିଥାନ୍ତି ସେହି ଦିଗରେ ମୁଁ ଶତପ୍ରତିଶତ ଯତ୍ନବାନ ହୋଇ ଅଂଚଳ ତଥା ଲୋକଙ୍କ ସେବା କରିବି । ଆହୁରି ମଧ୍ୟ ଆମ ପ୍ରତିଦ୍ୱନ୍ଦି ଅଭିଜ୍ଞତା କଥା କହୁଛନ୍ତି ତେଣୁ ମୁଁ କହି ରଖୁଛି ଯେ ପର୍ଯ୍ୟନ୍ତ ଅଭିଜ୍ଞତାର ଅଂଚଳର ବିକାଶ ପାଇଁ ସକରାତ୍ମକ ଦିଗରେ ପ୍ରୟୋଗ କରିବା ପାଇଁ ବୁଦ୍ଧି ନଥାଏ ସେ ପର୍ଯ୍ୟନ୍ତ ସେ ଭଳି ଅଭିଜ୍ଞତାମାନେ ନାହିଁ । ତେଣୁ ମୁଁ ନିଶ୍ଚିତ କହିବି ମୋ ସାମନାରେ ବସିଥିବା ବରିଷ୍ଠ ବ୍ୟକ୍ତିବିଶେଷମାନେ ଢେର ଅଭିଜ୍ଞତା ଅର୍ଜନ କରିଛନ୍ତି ସେମାନେ ଆଗାମୀ ନିର୍ବାଚନରେ ତାଙ୍କ ଅଭିଜ୍ଞତା ଓ ଗତ ୧୦ ବର୍ଷର ଅନୁଭୁତିକୁ ପାଥେୟ କରି ନିଶ୍ଚିତ ଭାବରେ ଠିକ୍‌ ନିଷ୍ପତ୍ତି ନେଇ ମୋତେ ଆଶିର୍ବାଦ୍‌ କରିବେ ବୋଲି ଗତ କାଲି ସ୍ଥାନୀୟ ହୋଟେଲ ସେଲିବ୍ରେସନ୍‌ ନିକଟସ୍ଥ ପଡିଆଠାରେ ଅନୁଷ୍ଠିତ ଜନଆଶିର୍ବାଦ୍‌ ସଭାରେ ବଲାଙ୍ଗିର ବିଧାନସଭା ନିର୍ବାଚନୀ ମଣ୍ଡଳି ପାଇଁ କଂଗ୍ରେସ ଦଳ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ସବୁବେଳେ ମିଛର ନୁହେଁ ସତ୍ୟର ବିଜୟ ହୋଇଥାଏ ଆଉ ଆପଣମାନେ ବେଶ୍‌ ଅଭିଜ୍ଞ । ଆପଣ ସତ୍ୟ ଓ ମିଛର ଫରକ ଅନୁଭବ କରି ସାରିଛନ୍ତି । ମୁଁ ତ ନିଶ୍ଚିତ ଭାବରେ କହିବି ଯେ ଆମ ଅଂଚଳରେ ଥିବା ରୋଡ୍‌ ରାସ୍ତା ସତ୍ୟର ପଥ ନିଶ୍ଚୟ ଦେଖାଇବ, ଆମ ଅଂଚଳର ପିଇବା ପାଣି, ଆମ ଅଂଚଳର ଶିକ୍ଷା ଓ କ୍ରୀଡାଭିତ୍ତିଭୂମି, ମେଡିକାଲ୍‌ କଲେଜ୍‌, ଲୋୟର ସୁକତେଲ ସତ୍ୟର ବିଜୟ ପାଇଁ ନିଶ୍ଚୟ ରାସ୍ତା କଢାଇବ ବୋଲି ସମରେନ୍ଦ୍ର କହିଥିଲେ । ଜନ ଆଶିର୍ବାଦ୍‌ ସଭାର ପ୍ରାରମ୍ଭରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ସମସ୍ତ ବୁଦ୍ଧିଜିବୀ ଓ ବରିଷ୍ଠ ନାଗରିକମାନଙ୍କୁ ସ୍ୱାଗତ କରିବା ସହିତ ଅଂଚଳକୁ ବିକଶିତ କରିବା ପାଇଁ ସରକାରଙ୍କ ସହିତ କିପରି ଲଢେଇ କରାଯାଇଥିଲା ସୂଚନା ଦେଇଥିଲେ । ତା ସହ ସେ କହିଥିଲେ ଦୁର୍ନିତି ତଥା ନାରୀ ନିର୍ଯ୍ୟାତନାରେ ଶୂନ୍ୟ ସହନଶିଳତା ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରାଜ ପରିବାର ବନ୍ଧୁଙ୍କ ୪ ହଜାର କୋଟି ଟଙ୍କାର ସିଂଲି ଜମି ଦୁର୍ନିତି ଓ ବଧୂ ନିର୍ଯ୍ୟାତନାରେ ତାଙ୍କ ବିରୁଦ୍ଧରେ ନିର୍ବାଚନ ଲଢୁଥିବା ସମସ୍ତ ରାଜ ପରିବାର ସଂଶ୍ଲିଷ୍ଟ ଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ଏଥିରୁ ତାଙ୍କର ସ୍ୱଚ୍ଛତା ଓ ନିରପେକ୍ଷତା କେତେ ଜଣାପଡିଯାଉଛି । ସମରେନ୍ଦ୍ରଙ୍କୁ ଆଶିର୍ବାଦ୍‌ ପ୍ରଦାନ କରିବାକୁ ସେ କହିଥିଲେ ଯେ ଯଦି ଓ ସମରେନ୍ଦ୍ର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛି ମୁଁ କିନ୍ତୁ ରାଜନୀତିରୁ ଅବସର ନେଉ ନାହିଁ । ମରିବା ପର୍ଯ୍ୟନ୍ତ ରାଜନୀତିରେ ରହି ଲୋକଙ୍କ ସେବା କରିବି । ଆପଣମାନେ ସମରେନ୍ଦ୍ରଙ୍କୁ ଆଶିର୍ବାଦ୍‌ କରନ୍ତୁ ନିଶ୍ଚିତ ଭାବେ ଆପଣମାନେ “ଗୋଟିଏ ଭୁତିରେ ଦୁଇଟି ହଲିଆ” ପାଇବେ ବୋଲିି ଦୃଢ ପ୍ରତିଶୃତି ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରାଞ୍ଚଳ, ସଦର ଓ ଦେଓଗାଁ ବ୍ଲକରୁ ହଜାର ହଜାର ସଂଖ୍ୟାରେ ବୁଦ୍ଧିଜିବୀ ଓ ବରିଷ୍ଠ ନାଗରିକ ସାମିଲ ହୋଇ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ରଙ୍କୁ ନିର୍ବାଚନୀରେ ବିଜୟୀ ହେବା ପାଇଁ ଆଶିର୍ବାଦ୍‌ କରିଥିଲେ ।

Leave A Reply

Your email address will not be published.

fourteen − one =