pakka

ଗୋଟିଏ ଦିନରେ ‘ରାମ ନାମ’ କବିତା ଲିଖନ ରେକର୍ଡ

bbehera

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ରାମ ନବମୀ ଅବସରରେ ରାଜ୍ୟସ୍ତରୀୟ ରାମ ନାମ ଶୀର୍ଷକ ଲିଖିତ କବିତା ସୃଜନ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହା ଆଧ୍ୟାତ୍ମିକ ସାହିତ୍ୟର ସର୍ବବୃହତ୍ ପ୍ରତିଯୋଗିତା ଥିଲା । ସକାଳ ୭ଟାରୁ ରାତ୍ରି ୧୦ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ରାମ ନାମକୁ ନେଇ ଭକ୍ତି କବିତା, ଆଧୁନିକ କବିତା, ଭଜନ, ଛାନ୍ଦ କବିତା, ଅନୁପ୍ରାସ, ଚୋଖି, ଯମକ ସହିତ ରାମାୟଣର ଲିଖନ ଶୈଳୀରେ ଚମତ୍କାର କବିତା ରଚନା କରି କବି ଓ କବୟିତ୍ରୀ ବୃନ୍ଦ ପ୍ରେରଣ କରିଥିଲେ । ନିୟମ ଅନୁସାରେ ଏହି କବିତା ଗୁଡ଼ିକ ଏହି ସମୟ ଭିତରେ ଲେଖା ଯାଇଥିବ ଏବଂ କେଉଁଠାରେ ପୂର୍ବରୁ ପ୍ରକାଶିତ ହୋଇ ନଥିବ । ଏହି ପ୍ରତିଯୋଗିତାରେ ଶୁଦ୍ଧ ଓଡ଼ିଆ ଭାଷାର ପ୍ରୟୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଆଧ୍ୟାତ୍ମିକ କବି ଓ କବୟିତ୍ରୀ ବୃନ୍ଦ ୨୧୧ ଗୋଟି ସ୍ୱରଚିତ କବିତା ରଚନା କରି ଗୋଟିଏ ଦିନରେ ପ୍ରେରଣ କରିଛନ୍ତି । ଏହି ପ୍ରତିଯୋଗିତାରେ ଡ଼କ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ, ଡ଼କ୍ଟର ଲକ୍ଷ୍ମଣ ସାହୁ, ଡ଼କ୍ଟର ସୁକାନ୍ତି ମହାପାତ୍ର ଏବଂ ବିପିନ ବିହାରୀ ବାରିକ ନିରପେକ୍ଷ ଜଜ ଭାବେ କାର୍ଯ୍ୟଭାର ତୁଲାଇଛନ୍ତି ଏବଂ ଶ୍ରେଷ୍ଠ ପାଞ୍ଚଜଣ ଆଧ୍ୟାତ୍ମିକ କବିଙ୍କୁ ଚୟନ କରିବେ । ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ଏହା ଓଡ଼ିଆ ଭାଷାର ସର୍ବାଧିକ ଗୋଟିଏ ଦିନରେ ଲେଖା ଯାଇଥିବା କବିତାର ଜାତୀୟ ରେକର୍ଡ ବୋଲି ମତବ୍ୟକ୍ତ କରିଛନ୍ତି । ଭାରତରେ କାର୍ଯ୍ୟ କରୁଥିବା ଜାତୀୟ ରେକର୍ଡ ସଂସ୍ଥାକୁ ରେକର୍ଡର ସବିଶେଷ ତଥ୍ୟ ପ୍ରେରଣ କରାଯାଇଛି । ସେମାନେ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.

two × three =