shyamal

ଲୋକ ସଂସଦ ବଲାଙ୍ଗିର ଏବଂ ଡିଗ୍ରୀ କଲେଜ କୁଶଙ୍ଗର ମିଳିତ ଉଦ୍ୟମରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନଲାଇନ ମାଧ୍ୟମରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବଲାଙ୍ଗିର ଏବଂ ଡିଗ୍ରୀ କଲେଜ କୁଶଙ୍ଗର ମିଳିତ ଉଦ୍ୟମରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଗତକରଲି ଡ. ରାମ ଶରଣ ହୋତାଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡିଗ୍ରୀ କଲେଜ କୁଶଙ୍ଗର ଅଧ୍ୟକ୍ଷ ବିଜୟ କୁମାର କଲେଟ ଏବଂ ମୁଖ୍ୟବକ୍ତା ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଡ. ବିଜୟଲକ୍ଷ୍ମୀ ଦାଶ ଯୋଗ ଦେଇ ପିଲାଙ୍କୁ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପ୍ରବାର୍ତ୍ତାଇ ଥିଲେ । ଡ. ଲକ୍ଷ୍ମଣ ମେହେର ପିଲାଙ୍କୁ ଶୃଙ୍ଖଳା ତଥା ଭାରତୀୟ ସଂସ୍କୃତି ବିଷୟରେ କହିଥିଲେ । କାର୍ଯ୍ୟକ୍ରମକୁ ଶିବାଶିଷ ମିଶ୍ର ସଂଯୋଜନା କରିଥିବା ବେଳେ ଯୁକ୍ତ ତିନି ଦ୍ଵିତୀୟ ବର୍ଷର ଛାତ୍ରୀ ରୋଜି ସାହୁ ସ୍ୱଦେଶ ମନ୍ତ୍ର ପାଠ ଏବଂ ଜାଗୃତି ଗଡ଼ତ୍ୟାଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ସହ ଶାନ୍ତି ପାଠ କରାଯାଇ ଥିଲା । ଏହି ସଭାରେ ଓଡିଶାର କୋଣ ଅନୁକୋଣରୁ ପ୍ରାୟତଃ ୧୩୦ରୁ ଅଧିକ ଜ୍ଞାନୀ, ଗୁଣି ବ୍ୟକ୍ତି ବିଶେଷ ତଥା ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସଫଳ ଭାବେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା ।

purusottam
Leave A Reply

Your email address will not be published.