jayashree

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନ ପକ୍ଷରୁ ନୂଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନ ପକ୍ଷରୁ ନୃସିଂହନାଥ କେନ୍ଦୁପତ୍ର କେନ୍ଦ୍ରୀୟ ଗୋଦାମ ଠାରେ ନୂଆଁଖାଇ ଭେଟଘାଟ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । କର୍ମଚାରୀ ସଂଘ ସଂପାଦକ କୋକିଳ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ପଦ୍ମପୁର ଡିଏଫଓ ବିଭୂତି ଭୂଷଣ ବେହେରା । ନୂଆଁଖାଇ ଭେଟଘାଟ ସହ ଅବସର ପ୍ରାପ୍ତ କେନ୍ଦୁପତ୍ର କର୍ମଚାରୀ ମାନଙ୍କୁ ମଧ୍ୟ ଉତ୍ସବରେ ସମ୍ମାନିତ କରାଯାଇଥିଲା । ମହେନ୍ଦ୍ର ପ୍ରଧାନ, ଚୁଡାମଣି ପାଣିଗ୍ରାହୀ, ଶ୍ୱେତ ପ୍ରଧାନ, ଦ୍ୱାରୁ ମୁଗୁରି, ଡୋଲେନ୍ନ୍ର ସାହୁ, ଶ୍ୟାମ ଚନ୍ଦନ, ବଂଶୀଧର ସାହୁ, ଅଶୋକ ପଣ୍ତା, ମଧୁସୂଦନ ବେହେରା, ମହେନ୍ଦ୍ର ନେଗୀ, ଘନଶ୍ୟାମ ଭୋଇ, ରବିନ୍ଦ୍ର ନନ୍ଦ, ଜିତେନ୍ ପଟେଲ,ସୁରେଶ ପଣ୍ତା, ରଙ୍କମଣି ହୋତା, ରୁସଭ ପ୍ରଧାନଙ୍କ ସମେତ ଓଡିଶା କେନ୍ଦୁପତ୍ର କର୍ମଚାରୀ ପଦ୍ମପୁର ଡିଭିଜନ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଚକାମନ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.