ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ସଦରବ୍ଲକ ଅନ୍ତର୍ଗତ ସିଆଲବାହାଲିଠାରେ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଗାଁର ଉପରପଡା ଗଣେଷ ପୂଜା କମିଟୀ ପକ୍ଷରୁ ନାଚ ଗିତ ଆସର ଜମିଥିଲା । କିଛି ଦିନ ପୂର୍ବରୁ ଚିତ୍ରାଙ୍କନ ଏବଂ କୁଇଜ୍ ପ୍ରତିଯୋଗିତାରେ ପ୍ରାୟ ୭୮ ପ୍ରତିଯୋଗୀ ଭାଗ ନେଇଥିଲେ । ପ୍ରଥମ ଥର ପାଇଁ ଗାଁରେ ନୁଆଁଖାଇ ଭେଟଘାଟର ଆୟୋଜନ କରାଯାଇଥିଲା ଜୁନିୟର ଏବଂ ସିନିୟର ନାଚ ଏବଂ ଗୀତ ପ୍ରତିଯୋଗିତାରେ ପ୍ରାୟ ପଚାଶରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜର ସୁନ୍ଦର ନାଚଗୀତରେ ମସଗୁଲ କରିଥିଲେ । ଅତିଥି ଭାବରେ ବିଘ୍ନେଶ୍ୱର ଭୁଏ, କୀର୍ତ୍ତନ ସାହୁ, ଅସକଟ ଭୋଇ, ଗୋପାଲ ପ୍ରଧାନ, କେଶବ ମଲ୍ଲିକ, ସଦାନନ୍ଦ ବିଶି, ସୁଦାମ ଧରୁଆ, ଦୟାନିଧି ସାହୁ, କେଲାର ସାହୁ, ଛବିଲାଲ ଗଡତ୍ୟା ପ୍ରମୁଖ ମଞ୍ଚାସୀନ ଥିଲେ । ବିଚାରକ ଭାବରେ ପ୍ରେମରାଜ ପଧାନ, ଅନାଦି ମରପାଚି, ହଜାରୁ ପଧାନ, ରଘୁନାଥ ଭୋଇ ଉପସ୍ଥିତ ଥିଲେ । କୃତି ପ୍ରତିଯୋଗୀମାନଙ୍କୁ କମିଟୀ ତରଫରୁ ପ୍ରମାଣପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ରାଜେଶ ଦଣ୍ଡସେନା ମଞ୍ଚ ପରିଚାଳନା କରିଥିଲେ । କମିଟୀର ସଭାପତି ଶ୍ୟାମ ମରପାଚି, ଉପ ସଭାପତି ଜଲଧର ଭୋଇ, ସମ୍ପାଦକ ଅନଙ୍ଗ ସାହୁ ଏବଂ କମିଟୀର ସଦସ୍ୟ ରିତେଶ, ଅମିତ, ରୁଦ୍ରମଣି ଆଶିଷ, ଆଶୁତୋଷ, ଦିନେଶ, କୁନାଲ, ଅଭିନାଶ, ବବଲୁ, ସିତୁ କିଷନ, ହିତେଶ, କରନ, ସିତୁ, ଜତିଶ, ସୁମନ୍ତ, ମଦନ, କାର୍ତ୍ତିକ, କାଲିଆ ଭରତ,ବିରେନ, ଶୀତଲ, ଅଜିତ, ଜିତେନ୍ଦ୍ର, ପ୍ରଶାନ୍ତ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଆକାଂକ୍ଷା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post