pakka

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୭ ଆହତ

bbehera

ଫୁଲବାଣୀ : ସକାଳୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋ ରିକ୍ସା ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୭ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଶନିବାର ସଦର ଥାନା ଅନ୍ତର୍ଗତ କେରେଡି ଗ୍ରାମର ୭ ଜଣ ସ୍କୁଲ ପିଲାଙ୍କୁ ନେଇ ଏକ ଅଟୋ ରିକ୍ସା ଶଙ୍କରାଖୋଲର ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ଯାଉଥିଲା । ସକାଳ ପ୍ରାୟ ୮ଟା ବେଳେ ଗୁମାଗଡ ନିକଟରେ ହଠାତ୍‌ ଏକ ଗାଈ ଗାଡି ସାମ୍ନାକୁ ଆସିଯିବାରୁ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଡ୍ରାଇଭରଙ୍କ ସମେତ ଗାଡ଼ିରେ ବସିଥିବା ପିଲାମାନେ ଆହତ ହୋଇଥିଲେ । ପାଖରେ ଥିବା ବିଜେଡି ଜିଲ୍ଲା ସମ୍ପାଦକ ନୀଳାମ୍ବର କହଁର ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଗୁମାଗଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ । ତେବେ ଆହତମାନଙ୍କ ମଧ୍ୟରେ ଋତୁରାଜ ଦିଗାଲ(୧୦) ଓ ଜେମିଦେବ ଦିଗାଲ(୬)ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି ।

jay balangir
Leave A Reply

Your email address will not be published.

15 − one =