ମନରେଗା ଯୋଜନାରେ ଲୋକଙ୍କୁ ସାମିଲ ପାଇଁ ବ୍ଳକ ଆଦିବାସୀ ସଂଘ ପକ୍ଷରୁ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

csstore

ସଇଁନ୍ତଲା, (ଅଜିତ କୁମାର ସାହୁ) : କିଛି ଦିନ ପରେ ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ । ହେଲେ ଲୋକଙ୍କ ମୁହଁରେ ସରାଗ ନାହିଁ । ଚଳିତ ବର୍ଷ ଭଲ ବର୍ଷା ହେଉନ ଥିବା ବେଳେ ଚିନ୍ତାରେ ଭାଙ୍ଗି ପଡିଛି ଚାଷୀ । ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ । ନୂଆଁଖାଇ ସାରିବା ପରେ ହଜାର ହଜାର ଲୋକେ ଦାଦନ ଖଟିବା ପାଇଁ ବାଧ୍ୟ ହୋଇଥାଆନ୍ତି । ତେବେ ଆଜି ସଇଁନ୍ତଲା ବ୍ଲକ ଆଦିବାସୀ କଲ୍ୟାଣ ସଂଘ ସଭାପତି ସନ୍ତୋଷ ପୁଟାଙ୍କ ନେତୃତ୍ୱରେ ମନରେଗା ଯୋଜନାରେ ଲୋକଙ୍କୁ ସାମିଲ କରିବା ସହ କାମ ଯୋଗାଇ ଦେବାକୁ ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ତେବେ ବ୍ଳକର ବିଭିନ୍ନ ସ୍ଥାନରେ ଅନେକ ରାସ୍ତା, ପୋଖରୀ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ବେଳେ ଅଞ୍ଚଳର ଶ୍ରମିକ ମାନଙ୍କୁ କାମ ଯୋଗାଇ ଦେବା ଦ୍ଵାରା ଲୋକେ ଉପକୃତ ହୋଇପାରିବେ ବୋଲି ବ୍ଳକ ଆଦିବାସୀ ସଂଘ ପକ୍ଷରୁ ଦାବୀ କରାଯାଇଛି । ଦାବୀପତ୍ର ପ୍ରଦାନ ସମୟରେ ବ୍ଳକ ଆଦିବାସୀ ସଂଘ ସମ୍ପାଦକ ପଙ୍କଧର ଧରୁଆ, ବ୍ଳକ ଆଦିବାସୀ ସଂଘ ନାରୀନେତ୍ରୀ ପଦ୍ମିନୀ ମାଝୀ, ରୁନୁ ଭୁଏ, ପ୍ରମିଳା ବୁଡେକ, ବ୍ଳକ ଆଦିବାସୀ ସଂଘର ଉପଦେଷ୍ଟା ସଭ୍ୟ ଲାଲ ବାହାଦୁର ମାହାଡ଼ି, ଚନ୍ଦ୍ର ସିଂ ମାଝୀ, ଡେଙ୍ଗ ସରପଞ୍ଚ ଜେମାମଣୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.