om academy

ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର ୨୬ତମ ବାର୍ଷିକ ଉତ୍ସବ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶ୍ରୀରାମନଗରରେ ଅବସ୍ଥାପିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୬ତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ୍ୟ ସମାରୋହରେ ଶନିବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି । ଉଦ୍‌ଘାଟନୀ ସଙ୍ଗୀତ, ଆନୁଷ୍ଠାନିକ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପରିବେଷିତ ହୋଇ ଅଭିଭାବକ ମହଲରେ ଉତ୍ସାହ ଭରି ଉଠିଥିଲା । ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଏକକ ବିଶ୍ଵବିଦ୍ୟାଳୟର କୁଳପତି ଡଃ. ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ପ୍ରଦୀପଜାଳି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ସ୍ଵାଗତ ଭାଷଣ ପ୍ରଦାନ ପୂର୍ବକ ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରି ଶିକ୍ଷାନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ଭାରତୀୟ ବିଜ୍ଞାନ ପ୍ରଶିକ୍ଷଣ ଓ ଗବେଷଣା କେନ୍ଦ୍ର (ବ୍ରହ୍ମପୁର)ର ନିର୍ଦ୍ଦେଶକ ପ୍ରଫେସର କେ.ଭି.ଆର. ଚ୍ୟାରୀ ଏବଂ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୀତାରାମ ପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଉଜ୍ଵଳ ଭବିଷ୍ୟ କାମନା କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ଟି.ସୁରେଶ କୁମାର ଆଚାରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶୁଶୀଳା ଗୁରୁମା ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନୁଷ୍ଠାନର ସମ୍ପାଦକ ତଥା ହାଇକୋର୍ଟର ଓକିଲ ପଦ୍ମଚରଣ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଏ.ରାବଣା ରାଓଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିବା ବେଳେ ପରିଚାଳନା ସମିତିର ଉପ-ସଭାପତି ଗୀତା ପାଢୀ, ସହସମ୍ପାଦକ ଦିଲ୍ଲିପ କୁମାର ବେହେରା, ସଦସ୍ୟା ସୁନୀତା ସେଠୀ, ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ ପ୍ରମୁଖ ବହୁଗଣ୍ୟମାନ୍ୟ ଅତିଥି ଯୋଗଦାନକରି ସ୍କୁଲ୍‌ର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ଏହି ଅବସରରେ ମେଧାବୀ ଛାତ୍ରଛାତ୍ରୀ ଏବଂ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତ ଗୁରୁଜୀ ଗୁରୁମ୍ମା, ମଉସା ମାଉସୀ, ଶୁଭେଚ୍ଛୁ ଏବଂ ଆଭିଭାବକ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ ହୋଇଥିଲା ।

Leave A Reply

Your email address will not be published.

1 + 9 =