pakka

ସିନାପାଲି ସହରରେ ଦିନ ଦ୍ୱିପହରରେ ଗୁଳିକାଣ୍ଡ : ବାପ, ପୁଅ ଗୁରୁତର

bbehera

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ସହର ସ୍ଥିତ ରାବଣ ଛକଠାରେ ଦିନ ଦ୍ୱିପହରରେ ଗୁଳିକାଣ୍ଡ ଘଟିଛି । ଏଥିରେ ବାପା ଓ ପୁଅ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏ ନେଇ ଗୁରୁତର ଥିବା ପରିବାର ତରଫରୁ ନୃସିଂହ ମେହେର ସିନାପାଲି ଥାନାରେ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଶନିବାର ଦିନ ପୂର୍ବାହ୍ନ ପ୍ରାୟ ୧୧ ଘଣ୍ଟା ସମୟରେ ସିନାପାଲି ସ୍ଥିତ ରାବଣ ଛକ ନିକଟରେ କୌଣସି ଘଟଣାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା । ଶେଷରେ ଉଗ୍ରରୂପ ଧାରଣା କରି ଗୁଳିକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି । ଏହି ଗୁଳିକାଣ୍ଡରେ ବାପା ସରୋଜ ମେହେର ଓରଫ ନୁନ ମେହେର (୫୦) ଓ ପୁଅ ନବରଞ୍ଜନ ମେହେର (୩୦) ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ଜଙ୍ଘରେ ଗୁଳିମାଡ ହୋଇଥିବା ଜଣାପଡ଼ିଛି । ପ୍ରଥମେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଖଡିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁଳିକାଣ୍ଡ ଘଟାଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଓଡ଼ିଶା ରାଜ୍ୟ ଓ ଛତିଶଗଡ଼ ସୀମାରେ ଉଭୟ ସିନାପାଲି ପୋଲିସ ଓ ଦେଭୋଗ ପୋଲିସ ମିଳିତ ଉଦ୍ୟମରେ ଚଢାଉ କରି ଗିରଫ କରିଥିଲେ । ଫେରାର ହେଉଥିବା ଜାଣିପାରି ସିନାପାଲି ପୋଲିସ ଛତିଶଗଡ଼ ରାଜ୍ୟ ଡେଭୋଗ ପୋଲିସକୁ ଖବର ଦେବାପରେ ରାସ୍ତାରେ ଛକି ବସିଥିବା ବେଳେ ଗିରଫ କରିବାରେ ସଫଳ ହୋଇଛି । ସିନାପାଲି ଥାନାରେ କେସ ନଂ. ୧୨୫/୨୨ ମାମଲା ରୁ୍ଜୁ କରି ଦଫା ୩୪୧, ୨୯୪, ୩୨୩, ୩୨୫, ୩୦୭, ୫୦୬, ୨୫, ୨୭ ମାମଲା ରୁଜୁ କରି ସିନାପାଲି ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତାଙ୍କଠାରୁ ୪ ଗୋଟି ଜୀବନ୍ତ ଗୁଳି, ୨ ଗୋଟି ମାଗାଜିନ୍, ମାଉଜର ସମେତ ଚାରିଚକିଆ ଗାଡ଼ି ଯାହାର ନଂ. ଓଡି,୨୬ଡି ୯୧୨୩ ପୋଲିସ ଜବତ କରିଥିବା ପୋଲିସ ସୁତ୍ରରୁ ପ୍ରକାଶ । ଏହି ଘଟଣାକୁ ନେଇ ସିନାପାଲି ଥାନାରେ ଖଡିଆଳ ଏସ୍‌ଡିପିଓ ସନ୍ତକ ଜେନା ସାମ୍ୱାଦିକ ସମ୍ମିଳନୀ କରି ଘଟଣାର ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଛତିଶଗଡ଼ ରାଜ୍ୟ ଦେଭୋଗ ଥାନାରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଥିବା ବେଳେ ରିମାଣ୍ଡରେ ଆଣି ଅଧିକ ପଚରା ଉଚୁରା କରାଯିବ ବୋଲି ଶ୍ରୀ ଜେନା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

4 × three =

error: Content is protected !!