jsm

ଆମ ପୁଲିସର ସଚେତନତା କାର୍ଯ୍ୟକ୍ରମ ସହ ଯୋଗଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ନେହେରୁ ଟ୍ରାଫିକ ପାର୍କ ଠାରେ ସେକ୍ଟର ୧୯ ଥାନାର ଆମ ପୁଲିସ, ସାମାଜିକ ଅନୁଷ୍ଠାନ ସାହି ଭରସା ଓ ନିଃଶୁଳ୍କ ଯୋଗ ଶିକ୍ଷା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ସହ ଯୋଗକେନ୍ଦ୍ରର ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଆମ ପୁଲିସର ନିହାର ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେକ୍ଟର ୧୯ ଥାନାଧିକାରୀ ରଞ୍ଜନ କୁମାର ନାୟକ, ସମାଜସେବୀ ଡ଼ଃ ସୁମନ ଦତ୍ତ, ବରିଷ୍ଠ ନାଗରିକ ନିମାଇଁ ଚରଣ ରାୟ, ସମାଜସେବୀ ପ୍ରଶାନ୍ତ ସେଠୀ, ରାଉରକେଲା ଶ୍ରମିକ ସଂଘର ସମ୍ପାଦକ ପ୍ରଶାନ୍ତ ବେହେରା, ବାବା ପ୍ରଣବ ଚୈତନ୍ୟ, ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ,ଏସ ଆଇ ଅମ୍ବିକା ମାରାଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ପ୍ରଣବ ଚୈତନ୍ୟ ଓ ଶ୍ରୀ ବେହେରା ଜୀବନରେ ଖୁସି ହେବାର ଉପାୟ ଓ ନିଜର କର୍ମ ପ୍ରତି ପ୍ରତିବଦ୍ଧତାକୁ ଗୁରୁତ୍ୱାରୋପ କରିଥିଲେ । ଥାନାଧିକାରୀ ଶ୍ରୀ ନାୟକ ସାଇବର କ୍ରାଇମ, ଜୀବନ ଓ ଧନଜୀବନ ରକ୍ଷା, ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଟ୍ରାଫିକ ନିୟମ ପାଳନ, ହେଲମେଟ ପିନ୍ଧିବା, ଅନଲାଇନ ଠକେଇ, ସ୍ମାର୍ଟ ଫୋନକୁ ଠିକ୍ ଭାବେ ବ୍ୟବହାର କରିବା,ଲୋଭର ବଶବର୍ତ୍ତୀ ହୋଇ ଲିଙ୍କକୁ ନଛୁଇଁବା, ସୋସିଆଲ ମିଡ଼ିଆର ଅପବ୍ୟବହାର ନକରିବା, କୈାଣସି ସଂସ୍ଥା ଟଙ୍କା ମାଗିଲେ ତାହା ସାଇବର ଅପରାଧୀଙ୍କ କାର୍ଯ୍ୟକଳାପ ବୋଲି ସେ ବିଭିନ୍ନ ଉଦାହରଣ ଦେଇ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇଥିଲେ । ଡ଼ଃ ଦତ୍ତ ଆମ ପୁଲିସର କାର୍ଯ୍ୟକ୍ରମ ଓ ଯୋଗର ଗୁରୁତ୍ଵ ଉପରେ ତଥା କବି ଶ୍ରୀ ରାଉତ ସଚେତନ, ସେବା ଓ ଯୋଗର ଗୁରୁତ୍ଵ ଉପରେ ବକ୍ତବ୍ୟ ରଖିଥିଲେ । ସେହିପରି ନିଃଶୁଳ୍କ ଯୋଗ ଶିକ୍ଷା କେନ୍ଦ୍ରର ରଶ୍ମି ରେଖା ଦାସଙ୍କ ନେତୃତ୍ୱରେ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଯୋଗଗୁରୁ ଅକ୍ରୁର ମାର୍ଥା, ଗଙ୍ଗାଧର ଦାଶ, ନିତମ୍ବିନୀ ସ୍ୱାଇଁ ଓ ଅନ୍ୟ ଯୋଗ ଗୁରୁ ମାନେ ଯୋଗଦେଇ ଜୀବନରେ ଯୋଗ ର ଗୁରୁତ୍ଵ ଓ ଜୀବନ ପ୍ରଣାଳୀ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ କିଛି ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସଂଯୋଜକ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ କେନ୍ଦ୍ର ସମସ୍ତ ଭଉଣୀ ମାନେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.