pakka

ପାଟଭୁକ୍ତାଙ୍କ ବିୟୋଗରେ ବରଦା ଗ୍ରାମରେ କ୍ୟାଣ୍ଡେଲ ଶୋଭାଯାତ୍ରା

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମାତ୍ର କିଛିଦିନ ତଳେ ସଡ଼କ ଦୃଘଟଣାରେ ମୃତ୍ୟୁ ବରଣ କରିଥିବା ପାଟଭୁକ୍ତା କୃଷ୍ଣ ମହାପାତ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଗ୍ରାମ୍ୟ କମିଟି ତତ୍ୱାବଧାନରେ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ବରଦା ଗ୍ରାମରେ ସୋମବାର ରାତ୍ରରେ ଗ୍ରାମର ଶତାଧିକ ବୁଦ୍ଧିଜୀବୀ, ଛାତ୍ର ଓ ଗ୍ରାମବାସୀ ଏକତ୍ରିତ ହୋଇ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ଗ୍ରାମ୍ୟ ପରିକ୍ରମା କରି ଶୋକବ୍ୟକ୍ତ କରିଥିଲେ । ସ୍ୱର୍ଗତ ଭୁକ୍ତା ମହାପାତ୍ରଙ୍କ ଅମର ଆତ୍ମାର ସଦଗତି କାମନା କରାଯିବା ସହ ଶୋକ ସନ୍ତପ୍ତ ପରିବାରକୁ ଧର୍ଯ୍ୟ, ସାହାସ ପ୍ରଦାନ କରାଯିବା ନେଇ ପ୍ରାଥନା କରାଯାଇଥିଲା । ପ୍ରକାଶ ଯୋଗ୍ୟ ଯେ ଗତ କିଛିଦିନ ତଳେ ବ୍ରହ୍ମପୁରରୁ ଛତ୍ରପୁର ଅଭିମୁଖେ ଦଣ୍ଡୁଆଙ୍କ ସହ ପାଦରେ ଚାଲି ଚାଲି ଆସୁଥିବା ସମୟରେ ଏକ କାର ଧକ୍କାରେ ପାଟଭୁକ୍ତା କୃଷ୍ଣ ପ୍ରାଣ ହରାଇଥିଲେ ।

Leave A Reply

Your email address will not be published.

twenty − one =