pakka

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ମନ୍ଦିର ପରିସରରେ ସତ୍ୟ ନାରାୟଣ ସାହୁ ଗୁରୁଜୀ ଦୀପ ପ୍ରଜ୍ୱଳନ କରି ହିନ୍ଦୁ ନବବର୍ଷର ଉଦ୍ଦେଶ୍ୟ ପ୍ରତିପାଦିତ କରିଥିଲେ । ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା, ମିନତୀ ପଟ୍ଟନାୟକ, ସୁଜାତା ତ୍ରିପାଠୀ ପ୍ରମୁଖ ହିନ୍ଦୁ ନବବର୍ଷର ପରିକଳ୍ପନା ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ । ପିଙ୍କି ସାହୁ ଗୁରୁମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ହରି ସାହୁ ଗୁରୁଜୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଠିକ୍‌ ସେହିପରି ବିଦ୍ୟା ମନ୍ଦିର ପରିସରରେ ସହ ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଦୀପ ପ୍ରଜ୍ୱଳନ କରି ହିନ୍ଦୁ ନବବର୍ଷର ଉଦ୍ଦେଶ୍ୟ ପ୍ରତିପାଦିତ କରିଥିଲେ । ଚିତ୍ରା ଖର୍ସେଲ ଗୁରୁମା ହିନ୍ଦୁ ନବବର୍ଷ ଉପରେ ବୌଦ୍ଧିକ ପ୍ରଦାନ କରିଥିଲେ । କଲ୍ୟାଣୀ ମିଶ୍ର ଗୁରୁମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ରଞ୍ଜିତା ଭୋଇ ଗୁରୁମା ଧନ୍ୟବାଦ୍‌ ଅର୍ପଣ କରିଥିଲେ । ଶିଶୁମାନଙ୍କ ଦ୍ୱାରା ନବବର୍ଷ ଉପରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.

one × five =