
ବିଶାଖାପାଟଣା, (କେପିଏନ୍ଏସ୍) : ବିଶାଖାପାଟଣା ରେଲୱେ କର୍ତ୍ତୃପକ୍ଷଙ୍କ ସହଯୋଗରେ ପ୍ରଥମ ଥର ଜୁହାର ପରିବାର ବିଶାଖାପାଟଣା ଦ୍ଵାରା “ଦହି ପାଣି ବଣ୍ଟନ କାର୍ଯ୍ୟକ୍ରମ” ବିଶାଖାପାଟଣାର ରେଳଷ୍ଟେସନରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଠା ଚିତ୍ତରଞ୍ଜନ ପଣ୍ଡା, ସଭାପତି ମନୋଜ ବେହେରା, ସମ୍ପାଦକ ନିର୍ମଳ ନାୟକ, ଜନାର୍ଦ୍ଦନ, ପଞ୍ଚାନନ ମେହେର, ସୁଶାନ୍ତ ପତି, ପ୍ରେମାନନ୍ଦ ଦାସ, ସନ୍ତ ସାହୁ, ଶଙ୍କର ନାୟକ, ଆଶୋକ, ବେଣୁଧର, କିଶୋର ସା, ପ୍ରକାଶ ସାହୁ, ରାଜେନ୍ଦ୍ର ମହାନ୍ତି, ମହେନ୍ଦ୍ର ମିର୍ଦ୍ଧା ଏବଂ ୫୦ରୁ ଅଧିକ ସଭ୍ୟ ଯୋଗଦେଇ ସମସ୍ତ ଯାତ୍ରୀଙ୍କୁ ଦହି ପାଣି ବଣ୍ଟନ କରିଥିଲେ । ପ୍ରଚଣ୍ଡ ଖରା ସତ୍ୱେ ଜୁହାର ପରିବାରର ସମସ୍ତ ସଦସ୍ୟଙ୍କ ଏହି ପଦକ୍ଷେପ ଏକ ବିଶେଷ ପରିଚୟ ହେବ ବୋଲି ଆଶା ଓ ବିଶ୍ୱାସ ।