pakka

ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତା ସଂଗ୍ରାମୀ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ୨୬ ତମ ପବିତ୍ର ଶ୍ରାଦ୍ଧ ଦିବସ ପଞ୍ଚବଟୀ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳୁ ବରଗଡ଼ ସହର ମହାତ୍ମାଗାନ୍ଧୀ ମାର୍ଗ ସ୍ଥିତ ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପଞ୍ଚବଟୀ ଅନୁଷ୍ଠାନର ଆବାହକ ଓ ବଡ଼ମା’ ସିନେମାର ନିର୍ଦ୍ଦେଶକ ଲିଟୁ ମହାନ୍ତିଙ୍କ ନେତୃତ୍ୱରେ ଚଳଚ୍ଚିତ୍ରର କଳାକାରମାନଙ୍କ ଉପସ୍ଥିତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏଥିରେ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେଡିର ନଗର ସଭାପତି କିଶୋର ମିଶ୍ର, ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ହୋତା, ସିନେ କଳାକାର ପୃଥିରାଜ ନାଏକ, ଚୈତନ୍ୟ ପାଇକ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପଞ୍ଚବଟୀ ଅନୁଷ୍ଠାନର କାର୍ଯ୍ୟାଳୟ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଆବାହକ ଲିଟୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ସକାଳ ଖବର କାଗଜର ବରଗଡ଼ ଜିଲ୍ଲା ମୁଖ୍ୟ ସୁରେନ୍ଦ୍ର ହୋତା ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମରେ ପାର୍ବତୀ ଗିରିଙ୍କ ଅବଦାନ ସଂକ୍ରାନ୍ତରେ ଆଲୋକପାତ କରିଥିଲେ । ଅନ୍ୟ ଅତିଥି ଭାବେ ଅଭିନେତା ପୃଥିରାଜ ନାଏକ ଯୋଗଦାନ କରିଥିଲେ । ଶ୍ରାଦ୍ଧୋତ୍ସବରେ ବଡମା’ ଚଳଚ୍ଚିତ୍ରର ସମସ୍ତ କଳାକାର ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

1 × 3 =

error: Content is protected !!