csstore

ଲୋଇସିଂହାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ : ୧୦୧ ୟୁନିଟ ରକ୍ତ ସଂଗ୍ରହ

ଲୋଇସିଂହା, (କେପିଏନ୍‌ଏସ୍‌) : ବିଜେଡି ଛାତ୍ର ଜନତା ଦଳ ସୌଜନ୍ୟରୁ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ଜନ୍ମ ଦିବସ ଅବସରରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଲୋଇସିଂହା ଅଗ୍ରସେନ ଭବନ ଠାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୧୦୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅବକାରୀ ତଥା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ମହିଳା ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୁ ମହିଳା ଜିଲା ସଭାନେତ୍ରୀ ଦମୟନ୍ତି ବାଗ, ଲୋଇସିଂହା ବ୍ଲକ ସଭାନେତ୍ରୀ ଜ୍ୟୋତ୍ସ୍ନାମୟୀ ନାଗ, ଆଗଲପୁର ବ୍ଲକ ସଭାନେତ୍ରୀ ଦେବକୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଜେଡି ଯୁବ ସଭାପତି ପ୍ରକାଶ ମହାରଣା, ଅନନ୍ତ ସାହୁ, ନାରାୟଣ ସାହୁ, ହେମକାନ୍ତ ସାହୁ, ଜଗତପତି ଦାନୀ, ଆନନ୍ଦ ଯୋଶୀ, ଅଂଶୁମାନ ଗୁରୁ, ମୃତ୍ୟୁଞ୍ଜୟ କଲତା, ଜଗବନ୍ଧୁ ପଧାନ, ଗୋବର୍ଦ୍ଧନ ସାହୁ, ପ୍ରବୀର ଭୋଇ, ପଞ୍ଚୁ ପଧାନଙ୍କ ସମେତ ବିଜେଡି ଯୁବ ଛାତ୍ର କର୍ମକର୍ତା ସହଯୋଗ କରିଥିବା ବେଳେ ବଲାଙ୍ଗିର ରକ୍ତ ଭଣ୍ଡାରର ଟେକ୍ନିସିଏନ ମାନେ ରକ୍ତ ସଂଗ୍ରହ କରିଥିଲେ ।

jayashree
Leave A Reply

Your email address will not be published.