csstore

ଲୋକ ଉନ୍ନତି ସଂଗଠନ ପକ୍ଷରୁ ମୋ ଚାଟଶାଳୀ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ଦେଓଗାଁ ବ୍ଲକ ସିଂହାମୁଣ୍ଡା ଗାଁରେ ଲୋକ ଉନ୍ନତି ସଂଗଠନ ଦେଓଗାଁ ବ୍ଲକ ପକ୍ଷରୁ ମିଶନ ଚାଟଶାଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବିଇଓ ସଂକୀର୍ତ୍ତନ ବାଗ, ସମ୍ମାନିତ ଅତିଥି ଭାବେ ୧୨ନଂ ଜଣ ଜିଲ୍ଲା ପରିଷଦ ସଭ୍ୟ ସୁଶୀଲ ଚାନ୍ଦ, ଅଚ୍ୟୁତ ମିଶ୍ର, ହରିହର ବଗର୍ତ୍ତି, ଶାନ୍ତିଲତା ଶତପଥୀ, ବିନି ସାହୁ, ବଳଭଦ୍ର ସାହୁ, ଦୀପକ ବେହେରା, ସୁନ୍ଦର ବଗର୍ତ୍ତି, ପୀତବାସ ବଗର୍ତ୍ତି, ଦୀନବନ୍ଧୁ ବିସି ପ୍ରମୁଖ ଯୋଗ ଦେଇଥିଲେ । ଆଜିର କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ ରୂପଧର ପୁତା, ପିତାମ୍ବର ପଧାନ, ପୁରନ୍ଦର ଭୋଇ ସୁଶୀଲ ନନ୍ଦ, ବିଦ୍ୟାଧର ଜାଲ, ସୁନୀଲ ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରକାଶ ଯେ, ପୂର୍ବରୁ ସଂଗଠନ ପକ୍ଷରୁ ଦେଓଗାଁ ବ୍ଲକ ୭୨ଟି ମୋ ଚାଟଶାଳୀ କେନ୍ଦ୍ର ଖୋଲି ପ୍ରଥମରୁ ପଞ୍ଚମ ଶ୍ରେଣୀର ଅବହେଳିତ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କାର୍ଯ୍ୟକ୍ରମ ଚାଲୁଛି ।

jayashree
Leave A Reply

Your email address will not be published.