pakka

ଡାଲାଅଟୋ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

bbehera

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ଦିବା ୧୧ଟା ବେଳେ ସୁବର୍ଣ୍ଣପୁର-ବଲାଙ୍ଗଏର ରାସ୍ତା ଜୟ ଯବାନ ପେଟ୍ରୋଲ ପମ୍ପ ନିକଟ ବାଇଗନଜୁରୀ ମୁହାଁଣୀ ରାସ୍ତାରେ ଏକ ଲୁହା ଛଡ ବୋଝେଇ ଡାଲା ଅଟୋ ଓଲଟି ଯିବାରୁ ଗାଡି ପଛ ପଟେ ବସିଥିବା ଜଣେ ଯୁବକ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିଲେ । ଖବର ପାଇ ସୁବର୍ଣ୍ଣପୁର ଅଗ୍ନିଶମ ବିଭାଗ ହାବିଲଦାର ଉଜ୍ବଳ ବେହେରାଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀ ତୁରନ୍ତ ପହଞ୍ଚି ଘଟଣାସ୍ଥଳରୁ ଉକ୍ତ ଯୁବକଙ୍କୁ ଉଦ୍ଧାର କରି ସୁବର୍ଣ୍ଣପୁର ସଦର ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ । ଡାକ୍ତର ସେଠାରେ ଉକ୍ତ ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳି ପଦର ଗ୍ରାମ ପଞ୍ଚାୟତ ଅଧିନ କଣ୍ଟିଆପାଲି ଗ୍ରାମର ମଣ୍ଟୁ ମିର୍ଦ୍ଧା ନାମକ ଜଣେ ୨୭ ବର୍ଷୀୟ ଯୁବକ କୁଲି କାମ କରିବାକୁ ପ୍ରତିଦିନ ସୋନପୁର ଯାଇଥାଆନ୍ତି । ଆଜି ସକାଳୁ ମଧ୍ୟ କାମ କରିବାକୁ ସେ ସୋନପୁର ସହରକୁ ଯାଇଥିଲେ । ଗୋଟିଏ ଡାଲା ଅଟୋରେ ସେ କିଛି ଲୁହା ଛଡ ବୋଝେଇ କରି ଅନଲୋଡ୍ କରିବାକୁ ଯାଉଥିବା ବେଳେ ସୋନପୁର ସହର ଉପକଣ୍ଠରେ ଥିବା ଜୟ ଯବାନ ପେଟ୍ରୋଲ୍ ପମ୍ପ ନିକଟରେ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଓ ମଣ୍ଟୁ ଅଟୋ ତଳେ ଚାପି ହୋଇ ଯାଇଥିବା ଜଣା ପଡିଛି ।

jay balangir
Leave A Reply

Your email address will not be published.

three × two =

error: Content is protected !!