csstore

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ “ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା” ଷଷ୍ଠ ଦିବସରେ କ୍ରୀଡା ପ୍ରତିଯୋଗିତା ଶୁଭାରମ୍ଭ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ଶୋଭେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ପରିଚାଳନା ସମିତିର ସଭାପତି ଦିବାକର ମେହେର, ସମ୍ମାନୀତ ଅତିଥିଭାବରେ ସମାଜସେବୀ ଘନଶ୍ୟାମ ମନହିରା ମଞ୍ଚାସୀନ ଥିଲେ ଓ କ୍ରୀଡା ପ୍ରତିଯୋଗିତାକୁ ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି । ଏହି ଅବସରରେ ଅଧ୍ୟାପକ ତଥା ନୋଡାଲ ଅଫିସର ଆଲୋକ କୁମାର ରଥ, ଖେଳ ଶିକ୍ଷକ ଜୟପ୍ରକାଶ ସାହୁ, ଅଧ୍ୟାପକ ନଟବର ବେହେରା, ଅଧ୍ୟାପକ ଭାଷ୍କର ମେହେର, ଡିଲେଶ୍ୱର ନିଆଲ, ଲୋକନାଥ ମେହେର, ସୀତାରାମ ପାଣିଗ୍ରାହୀ, ରାମକୃଷ୍ଣ ବାଗ, ଆଲୋକ ମୁଣ୍ଡ, ରଞ୍ଜିତ କୁମାର ସଗରିଆ, ଗିରିଶ ଚନ୍ଦ୍ର ଧୁବଲ, ଦମୟନ୍ତୀ ମେହେର, ଜୟନ୍ତୀ ଖୁଣ୍ଟିଆ, କ୍ଷୀରସିନ୍ଧୁ ରଣା, ଭୂଷଣ ଚନ୍ଦ୍ର ମେହେର, ଜୟ ପ୍ରକାଶ ମେହେର, ତେଜେଶ୍ୱର ପ୍ରଧାନ, ବନିତା ସାହୁ, ଦେବରାଜ ମେହେର, ରୋହିଣୀ ପ୍ରଧାନୀ, ସୁବର୍ଣ୍ଣ ସେନ୍ଦ୍ରିଆ ତଥା ସମସ୍ତ କର୍ମଚାରୀ ବୃନ୍ଦ ଏବଂ ବହୁତ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.