csstore

ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ନୂଆଁ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ସ୍ଥିତ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଅର୍ନ୍ତଗତ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ବିକଶିତ ଓଡ଼ିଶା ଗଠନ ନେଇ ରାଜ୍ୟ ସରକାର ଯୋଜନା ମାନ ପ୍ରଣୟନ କରୁଛନ୍ତି । ୫-ଟି ଯୋଜନାରେ ରାଜ୍ୟ ସରକାରଙ୍କ ସଂସ୍କୃତି ଓ କ୍ରୀଡ଼ା ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଉଚ୍ଚ ମାଧ୍ୟମିକ ଓ ମହାବିଦ୍ୟାଳୟ ସ୍ଥରରେ ପ୍ରତିଯୋଗିତା ମାନ କରାଯାଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି କରାଯିବ । ଏନେଇ ଆଜି ଖପ୍ରାଖୋଲ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ସଚେତନତା ସଭାକୁ ବିଦ୍ୟାଳୟର ଅଧ୍ୟକ୍ଷ୍ୟ ବଳଭଦ୍ର ଦାସ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ତଥା ଓଡିଶା ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର, ସମ୍ମାନିତ ଅତିଥି ଭାବେ ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିନିକେତନ ବରିହା, ପାଟଣାଗଡ଼ ଜବାହାରଲାଲ କଲେଜର ଅବସର ପ୍ରାପ୍ତ ଇଂରାଜୀ ଅଧ୍ୟାପକ ତଥା ଏହି କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଅରୁନ ପଟ୍ଟନାୟକ ଯୋଗଦେଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଜିର ମୁଖ୍ୟ ଅତିଥି ବିଧାୟକ ମହୋଦୟ କହିଥିଲେ ଛାତ୍ରଛାତ୍ରୀମାନେ ଜୀବନର ଲକ୍ଷ୍ୟ ପଥରେ ଆଗକୁ ବଢିବାକୁ ହେଲେ ସମସ୍ତ ବାଧା ବିଘ୍ନକୁ ଧୌର୍ଯର ସହ ମୁକାବିଲା କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବାକୁ ପଡ଼ିବ । ଏଥି ପାଇଁ ସରକାର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତା ମାନ ଆୟୋଜନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରୁଛନ୍ତି । ଫଳରେ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ବଡ଼ ଓ ଭଲ ମଣିଷ ହୋଇପାରିବେ । ବିଧାୟକ ଶ୍ରୀ ମେହେର ଖପ୍ରାଖୋଲରେ ମଡେଲ ଡିଗ୍ରୀ କଲେଜ ପାଇଁ ପ୍ରତିଶୃତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖପ୍ରାଖୋଲ ଗ୍ରାମବାସୀ ନବୀନ ବେହେରା, ଗୋବିନ୍ଦ ବାରିକ, ନିରାକାର ବାରିକ, ବୃନ୍ଦାବନ ବାରିକ, ସୀତାରାମ ବାଗ, ପ୍ରମୋଦ ବାରିକ ପ୍ରମୁଖ ଉପସ୍ଥିତ ଥିବାବେଳେ ହରିଶଙ୍କର ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅର୍ଥନୀତି ଅଧ୍ୟାପିକା ମଧୁସ୍ମିତା ସାହୁ, ଇତିହାସ ଅଧ୍ୟାପିକା ସୁନନ୍ଦା ଭୋଇ, ରାଜନୈତିକ ବିଜ୍ଞାନ ଅଧ୍ୟାପିକା ମୀନା ସାହୁ, ଓଡ଼ିଆ ଅଧ୍ୟାପକ ପ୍ରଶାନ୍ତ କୁମାର ତ୍ରିପାଠୀ, ପିଇଟି ହରିଶ କୁମାର ବେହେରା, ଜନାର୍ଦ୍ଦନସୁନା, ନନ୍ଦ କିଶୋର ବାଗ, ନିରଜ ବାରିକ, ଗୁଣମଣି ସାହୁ, ବାଳକ୍ରିଷ୍ଣା ପୁଞ୍ଜି, ଅର୍ଜୁନ ହାତୀ, ଗୌରୀ ହଂସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.