pakka

ଭିନ୍ନକ୍ଷମ ସାଜିଲେ ଭିନ୍ନକ୍ଷମଙ୍କ ଦରଦୀ ବନ୍ଧୁ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ଭିନ୍ନକ୍ଷମ ସାଜିଲେ ଭିନ୍ନକ୍ଷମଙ୍କ ଦରଦୀ ବନ୍ଧୁ ଏହା କୌଣସି ନାଟକ ର ଡାଇଇକ୍ ନୁହେଁ ତାହା ସତ୍ୟ ଘଟଣା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆମ ପାଟଣାଗଡ଼ ସହର କଚେରି କୋର୍ଟ ପରିସରରେ । ସତରେ ଭଗବାନ କାହାକୁ କେଉଁ ବୁଦ୍ଧି ବିବେକ ଦେଇଛନ୍ତି । ଦୁନିଆରେ କିଏ ସବଳ ତ ପୁଣି ଦୁର୍ବଳ କିଏ ଛୋଟା ତ ପୁଣି କିଏ ଅନ୍ଧ ହେଲେ ତାଙ୍କରି ମଣିଷ ପଣିଆ ମହାନ୍ । ଏପରି ଜଣେ ବ୍ୟକ୍ତି ନିଜେ ଭିନ୍ନକ୍ଷମ ହୋଇ ସୁଦ୍ଧା ଆଉ ଜଣେ ଭିନ୍ନକ୍ଷମଙ୍କ ଦରଦୀ ବନ୍ଧୁ ସାଜି ଅନ୍ୟ ଭିନ୍ନକ୍ଷମ ମଣିଷର ଅଭାବ ଅସୁବିଧା ଓ ଦୁଃଖକୁ ହୃଦୟଙ୍ଗମ କରିପାରିଛନ୍ତି ସେମିତି ଜଣେ ଭିନ୍ନକ୍ଷମ ଦରଦୀ ବ୍ୟକ୍ତି । ସେ ଦରଦୀ ଭିନ୍ନକ୍ଷମ ବ୍ୟକ୍ତି ଜଣକ ହେଲେ ପାଟଣାଗଡ଼ ସହର ଓକିଲ ତରୁଣ କୁମାର ପାତ୍ର । ଓକିଲ ତରୁଣ କୁମାର ପାତ୍ର ପ୍ରତି ଦିନ ଭଲି ନିଜ ହୁଇଲ ଚେୟାରରେ କୋର୍ଟ ପହଞ୍ଚିଥିଲେ । ଗତ ୪ /୫ ଦିନ ହେଲା କୋର୍ଟକୁ ଆସିଲା ବେଳକୁ ଦେଖିବାକୁ ପାଇଲେ ବ୍ୟକ୍ତି ଜଣକ କୋର୍ଟ ସମ୍ମୁଖ ବାରଣ୍ଡାରେ ବସି ଥିବା ବେଳେ କେତେବେଳେ ନିରାଶ ହେଲା ପରି ବାରଣ୍ଡାରେ ଶୋଇପଡନ୍ତି । ଗୋଡ ଅଚଳ ଆଉ କଣ’ବା କାମ ଧନ୍ଦା କରିପାରିବେ । ଆଜି ମତେ ତରୁଣ ଭାଇ କହିଲେ କୋର୍ଟ ପରିସରରେ ଜଣକୁ ସାହାଯ୍ୟ କରିବା । ଭିନ୍ନକ୍ଷମ ଓକିଲ ତରୁଣ ଓ ଦୁଇ ଜଣ ଓକିଲ ବାରଣ୍ଡାରେ ଥିବା ବ୍ୟକ୍ତି ଜଣକ ପାଖକୁ ଯାଇ ପଚାରିବୁଝିଥିଲେ । ବ୍ୟକ୍ତି ଜଣକ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଘରମହୁଲି ଗ୍ରାମର ଖୁସିରାମ ମାଝୀ । ତାଙ୍କ ବାପା ମା ଆର ପାରିକୁ ଚାଲିଯିବା ପରେ ଅନ୍ୟ ଭାଇ ଭାଉଜମାନେ ଖାଇବାକୁ ନଦେବାରୁ ଖୁସିରାମ ଘରଛାଡି ଚାଳି ଚାଳି ଭୋକ ଉପାସରେ ପାଟଣାଗଡ଼ ଆସି କୋର୍ଟ ବାରଣ୍ଡାରେ ଆଶ୍ରୟ ନେଇଥିବା ଖୁସିରାମ କାନ୍ଦି କାନ୍ଦି ପ୍ରକାଶ କରିଥିଲେ । ଅସହାୟ ଖୁସିରାମଙ୍କ କଥା ଭିନ୍ନକ୍ଷମ ଓକିଲ ତରୁଣ ଓ ଦୁଇ ସହଯୋଗୀ ଓକିଲ ତୁରନ୍ତ ଉପଜିଲ୍ଲାପାଳ ଡ଼. ବିଜୟା ନନ୍ଦ ସେଠୀ ଭେଟି ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଉପଜିଲ୍ଲାପାଳ ଡ଼. ସେଠୀ ତୁରନ୍ତ ସହଯୋଗର ହାତ ବଢାଇ ତାଙ୍କର ଅଧସ୍ତନ ଅଧିକାରୀଙ୍କୁ ଭେଟ କରିବାକୁ ନିର୍ଦ୍ଦେଶ ଦେବା ସହିତ ଅସହାୟ ଖୁସିରାମଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଉପଜିଲ୍ଲାପାଳ ଡ଼. ବିଜୟା ନନ୍ଦ ସେଠୀଙ୍କୁ ଓକିଲ ତରୁଣ ଓ ଦୁଇ ସହଯୋଗୀ ଓକିଲଙ୍କ ପକ୍ଷରୁ ଭୂୟସୀ ପ୍ରଶଂସା କରିଥିବା ବେଳେ ଅସହାୟ ଗରିବ, ନିରାଶ୍ରୟ, ତଥା ଅନ୍ୟର ଦୁଃଖରେ ଦୁଃଖି ହୋଇ ସହାୟତାର ହାତ ବଢାଇଲେ ସମାଜରେ ଥିବା ଅନେକ ଅସହାୟ ଲୋକଙ୍କ ମୁହଁରେ ହସ ଫୁଟେଇ ପାରିବ ବୋଲି ନିବେଦନ କରିଛନ୍ତି । ଭିନ୍ନକ୍ଷମ ଓକିଲ ତରୁଣ ସମାଜ ପାଇଁ ଏକ ଉଦାହରଣ ପାଲଟିଥିବା ବେଳେ ଦୁଇ ସହଯୋଗୀ ଓକିଲଙ୍କ ଏପରି ମହତ୍ କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

jay balangir
Leave A Reply

Your email address will not be published.

thirteen + 18 =

error: Content is protected !!