pakka

ଉଇହୁଙ୍କା ପରି ଝାପୁଡି କୁଡିଆରେ ଜୀବନ କାଟୁଛନ୍ତି ଦୁଃଖ ଦେଇ

bbehera

-ଦୁଃଖ ଦେଇଙ୍କ ଭାଗ୍ୟ ଦୀପତଳ ଅନ୍ଧାର ପରି
ପାଟଣାଗଡ଼, (ଗୋରେଖନାଥ ବରିହା) : ଝାପୁଡି କୁଡିଆରେ ଜୀବନ ଅତିବାହିତ କରୁଛନ୍ତି ୭୦ ବର୍ଷିଆ ବୃଦ୍ଧା । ପଶୁ ପକ୍ଷୀଙ୍କ ଘର ପରି ଦିଶୁଥିବା ୩ ଫୁଟିଆ ଝାପୁଡିରେ ଦୀର୍ଘ ୮ବର୍ଷଧରି ମୁଣ୍ଡଗୁଞ୍ଜୁଛନ୍ତି ଆଦିବାସୀ ମହିଳା ଦୁଃଖ ଦେଇ ବିଶି । ଏହାରି ଭିତରେ ରାନ୍ଧିବା, ଖାଇବା, ପିଇବା ସହ ରାତ୍ର ମଧ୍ୟ ଯାପନ କରୁଛନ୍ତି । ପାଟଣାଗଡ ବ୍ଲକ ଠାରୁ ମାତ୍ର ୮ କିମି ଦୂର ବାଲିପଟା ଗାଁରେ ଦେଖିବାକୁ ମିଳିଛି ଝାପୁଡି ଘରେ ଦୁଃଖ ଦେଇ ବିଶି । ଦେଖନ୍ତୁ ଏହି ଚିତ୍ରକୁ ଏହା ଆପଣଙ୍କୁ କୈଣସି କୁକୁଡା ବା ବତକ ରଖିବାର ଗୃହ ପରି ଲାଗୁଥିବା ବା ଆପଣଙ୍କୁ ଏହା ପକ୍ଷୀଙ୍କ ବସାଘର କିମ୍ବା ଉଇହୁଙ୍କା ପରି ଦିସୁଥିବ । କିନ୍ତୁ ଏହା ଜଣେ ୭୦ ବର୍ଷିଆ ବୃଦ୍ଧାଙ୍କ ବାସଘର । ଯାହାର ନାଁ ଦୁଃଖ ଦେଇ ବିଶି । ପାଖରେ ଭାଇ ପୁଅ ବୋହୁ କେହି ନଥିବାରୁ ଏକାକି ଜୀବନ ବଂଚୁଛନ୍ତି ଏହି ବୃଦ୍ଧ ମହିଳା । ଘରଦ୍ୱାର କିଛି ନାହିଁ ପାଖରେ ଏହି ଝାପୁଡି ହିଁ ଭରସା । ଏଠାରେ ରାନ୍ଧିବା, ଖାଇବା, ଶୋଇବା ସବୁକାମ କରୁଛନ୍ତି ଦୁଃଖଦେଇ । ଆଉକଣ ବା କରିବେ କିଏ ଅଛି ଯେ ତାଙ୍କୁ ଆଉ ଭଲ ଘରଟିଏକ କରିଦେବ । ସମସ୍ତେ ଦେଖୁଛନ୍ତି କିନ୍ତୁ ନଦେଖିଲା ପରି ଆଖିବନ୍ଦ କରି ଦେଇଛନ୍ତି । ଗାଁର କିଛି ଲୋକ ପ୍ରଶାସନ ଅଧିକାରିଙ୍କୁ କହି କହି ଥକି ଗଲେଣି । ହେଲେ କାହରି ଦୃଷ୍ଟି ପଡୁନଥିବା କହିଛନ୍ତି ଗ୍ରାମବାସୀ ରାସ୍ତା ଠାରୁ ମାତ୍ର ୫ ଫୁଟ ଉପରକୁ ଏକ ଉଇହୁଙ୍କା ପରି ଝାପୁଡି ତିଆରି କରି ଦିର୍ଘ ୮ବର୍ଷ ହେବ ଦୁର୍ବିପାକ ଜୀବନ ଅତିବାହିତ କରୁଛନ୍ତି ଏହି ମହିଳା ।ଯାହାର ଉପରକୁ ଚଢିବା କଷ୍ଟକର ସେଇଥିକି ନିତିଦିନ ଯା ଆସ କରୁଛନ୍ତି । ଖରା, ବର୍ଷା, ଶୀତ ସବୁବେଲେ ଏହି କୁଢିଆରେ ଆଶ୍ରୟ ନେଇଛନ୍ତି ଦୁ ।ଖଦେଇ । ପେଟକୁ ଗଣ୍ଡେ ଏବଂ ଦେହକୁ ଖଣ୍ଡେ ସିନା ମିଲି ଯାଉଛି ହେଲେ ହଜି ଯାଉଛି ସୁଖନିନ୍ଦ୍ରା । ରାସ୍ତା କଢରେ ରହିଥିବା ଏହି ବୃଦ୍ଦାଙ୍କ ଝୁପୁଡିରେ କାହାରବା ନଜରବି ନାହିଁ । ଭିକ୍ଷାବୃତିକରି ବୀବନ ଯାପନ କରୁଥିବା ଏହି ବୃଦ୍ଧାଙ୍କୁ ସକାଳ ପାହିଲେ ଦେଖିବାକୁ ପାଉଛନ୍ତି ଗ୍ରାମବାସୀ ଭିକ୍ଷା ମୁଠାଏ ଦେଇଦେଲେ ସତେ ବା ନିଜ କାମ ସାରିଦେଉଛନ୍ତି ଲୋକେ । ଭୋଟ ପାଇଁ ଘରଘର ବୁଲି ସରପଂଚ ୱାର୍ଡ ମେମ୍ବର ଭୋଟ ଭିକ୍ଷା କରୁଥିବା ବେଳେ ସତେ ଯେମିତି ଏହି ଉଇହୁଙ୍କାକୁ ଦେଖି କାହାରି ନଜର ନାହିଁ । ସମସ୍ତେ ହରାଇବସିଛନ୍ତି ମାନବିକତା । ଏହି ଅସହାୟଙ୍କ ପ୍ରତି କେବେ ଯେ କାହାର ନଜର ପଡିକ ତାକୁ ସୁବିଧା ସୁଯୋଗ ଯୋଗାଇ ଦେବ ତାକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଆମଠାରୁ ଜାଣିବାପରେ ସବୁ ପ୍ରକାରର ସୁବିଧା ସୁଯୋଗ ସହ ବୃଦ୍ଧାଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମକୁ ପଠାଇବାକୁ ପ୍ରତିଶୃତି ଦେଇଛନ୍ତି ପାଟଣାଗଡ ବିଡିଓ ନିଲମାଧବ ସୁନା ଜନ୍ମରୁ ମୃତ୍ୟୁ ପ୍ରର୍ଯ୍ୟନ୍ତ ସରକାରଙ୍କ ଅନେକ ଯୋଜନା କିନ୍ତୁ ବାସ୍ତବ ସ୍ଥିତି ଦେଖିଲେ ଯୋଜନାର ଲାଭ କୁଆଢେ ଯାଉଛି ତାହା ଜଳ ଜଲ ଦିସୁଛି । ଅପେକ୍ଷା ରହିଲା ବିଡିଓ ମହୋଦୟଙ୍କ ପ୍ରତିଶୃତି କେତେ କାର୍ଯ୍ୟକାରୀ ହେଉଛି ଓ ବୃଦ୍ଧା ମହିଳାଙ୍କୁ ସୁବିଧା ସହଯୋଗ ମିଲିପାରୁଛି କି ନାହିଁ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.

3 × three =