pakka

ବଲାଙ୍ଗିର ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି(ଦିଶା) ବୈଠକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଡି.ଆର୍‌.ଡିଏ. ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି(ଦିଶା) ବୈଠକ କମିଟିର ଅଧ୍ୟକ୍ଷା ତଥା ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଳାପାଳ ଚଞ୍ଚଳ ରାଣା, ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକାଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ବଲାଙ୍ଗିର ବିଧାୟକଙ୍କ ପ୍ରତିନିଧି ଅସିତ କୁମାର ମିଶ୍ର, ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷ /ଅଧ୍ୟକ୍ଷା ପୌର ପରିଷଦର ଅଧ୍ୟକ୍ଷ /ଅଧ୍ୟକ୍ଷା, ଦିଶା କମିଟିର ସଦସ୍ୟ /ସଦସ୍ୟା, ବଲାଙ୍ଗିର ଉପ-ଜିଲ୍ଲାପାଳ ଲମ୍ବୋଦର ଧରୁଆ, ପାଟଣାଗଡ ଉପ-ଜିଲ୍ଲାପାଳ ଡ.ବିଜୟାନନ୍ଦ ସେଠୀ ତଥା ବିଭିନ୍ନ ବିଭାଗର ଜିଲ୍ଳା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ପି.ଡି.ଡି.ଆର୍‌.ଡିଏ ସୁଶାନ୍ତ କୁମାର ସିଂ ଉପସ୍ଥିତ ସମସ୍ତ ସଭ୍ୟ, ସଭ୍ୟାମାନଙ୍କୁ ସ୍ୱାଗତ ଜଣାଇବା ସହ ଆଲୋଚ୍ୟ ବିଷୟବସ୍ତୁ ଉପସ୍ଥାପନା କରିଥିଲେ । ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଓ ସମୃଦ୍ଧି ସକାଶେ ବିଭାଗୀୟ ଅଧିକାରୀମାନେ ଉତ୍ତମ ସମନ୍ୱୟ ରଖି ଦାୟିତ୍ୱ ଓ କର୍ତ୍ତବ୍ୟ ସଂପାଦନ କରିବା ସହ ଯୋଜନା ଗୁଡିକର ସୁଫଳ ଯେପରି ତୃଣମୂଳ ସ୍ତରରେ ପହଞ୍ଚିପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସିଂହଦେଓ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । କେନ୍ଦ୍ରୀୟ ଯୋଜନା ଜରିଆରେ ଆବଣ୍ଟିତ ପାଣ୍ଠି ମାଧ୍ୟମରେ ଜିଲ୍ଳାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡିକର ସଠିକ୍‌ କାର୍ଯ୍ୟକାରିତା ତଥା ଉପଯୁକ୍ତ ପାଣ୍ଠି ବିନିଯୋଗ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ଜନହିତକର ଯୋଜନା ଗୁଡିକର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସକୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଜରିଆରେ ନିର୍ମାଣ ହୋଇଥିବା ରାସ୍ତାର ସ୍ଥିତି ସମ୍ପର୍କରେ ସମୀକ୍ଷା କରି ଏହାର ଗୁଣବତ୍ତା ଓ ରକ୍ଷଣାବେକ୍ଷଣା ସକାଶେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ବଲାଙ୍ଗିର ବାଇପାସ୍‌, ଟିଟିଲାଗଡ ବାଇପାସ୍‌ ଓ ପାଟଣାଗଡ ବାଇପାସ୍‌ର ସ୍ଥିତି ତଥା ଅଗ୍ରଗତି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ସମୀକ୍ଷା କରି ଏସମ୍ପର୍କିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଦେଇ ଚାଷୀମାନେ ଯେପରି ଉପକୃତ ହୋଇପାରିବେ ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଦୀନ ଦୟାଲ ଉପାଧ୍ୟୟ ଗ୍ରାମୀଣ କୌଶଲ୍ୟ ବିକାଶ ଯୋଜନାରେ ଜିଲ୍ଲାରେ କରାଯାଇଥିବା ଦକ୍ଷତା ବିକାଶ ତାଲିମ, ପ୍ଲେସ୍‌ମେଣ୍ଟ ସମ୍ପର୍କରେ ସମୀକ୍ଷା କରିଥିଲେ । ଜାତୀୟ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯୋଜୂା ଅନ୍ତର୍ଗତ ଜିଲ୍ଲାରେ ନିର୍ମାଣ କରାଯାଇଥିବା ପାଇପ ଜଳ ଯୋଗାଣ ପ୍ରକଳ୍ପ, ଓଭର ହେଡ ଟ୍ୟାଙ୍କ ନିର୍ମାଣ ସମ୍ପର୍କରେ ସେ ସମୀକ୍ଷା କରିଥିଲେ । ଏତଦ୍‌ବ୍ୟତିତ ସ୍ୱଚ୍ଛଭାରତ ମିଶନ, ସ୍ୱଚ୍ଛଭାରତ ମିଶନ ଗ୍ରାମୀଣ ଗ୍ରାମ୍ୟ ବିଦ୍ୟୁତିକରଣ ଯୋଜନା, ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା, ପ୍ରଧାନମନ୍ତ୍ରୀ କୌଶଲ୍ୟ ବିକାଶ ଯୋଜନା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଏସ୍‌.ପି.ଲାଡ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ସମଗ୍ର ଶିକ୍ଷା ଅଭିଯାନ ଇତ୍ୟାଦି ଯୋଜନା ଜରିଆରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଓ ଏହାର ଅଗ୍ରଗତି ତଥା ଆବଣ୍ଟିତ ପାଣ୍ଠି ଓ ବିନିଯୋଗ ସଂପର୍କରେ ସେ ସମୀକ୍ଷା କରିଥିଲେ । ଏତଦ୍‌ ବ୍ୟତୀତ ରାଣୀପୁର ଝରିଆଲର ବିକାଶ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ବୈଠକ ଶେଷରେ ପିଡ଼ି ଡିଆର୍‌ଡିଏ ଶ୍ରୀ ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

two × one =

error: Content is protected !!