csstore

ଖଣ୍ଡାୟତ କ୍ଷତ୍ରିୟ ମହାସଭା ମହିଳା ଶାଖାର ଖେଚୁଡ଼ି ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟିର ମହିଳା ଶାଖା ତରଫରୁ ଶ୍ରୀଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ଉପଲକ୍ଷେ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖେଚୁଡ଼ି ବଣ୍ଟନ କରିଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳା ଶାଖାର ପ୍ରମୁଖ ତନୁ, ସ୍ୱପ୍ନା, ପ୍ରଭାତୀ, ଜ୍ୟୋସ୍ନା, ପ୍ରତିମା, ଶାନ୍ତି, ତପସ୍ୱିନୀ, ସାଗରିକା, ନମିତା, ନୀତାଞ୍ଜଳୀ, ସ୍ମୃତି, ପଦ୍ମା, ଲୀନା, ଉର୍ମିଳା, ଉପେନ୍ଦ୍ର ନାୟକ, ଜଗନ୍ନାଥ ରାଉତ, ରଥିନ୍ଦ୍ର ପ୍ରଧାନ, ଅବନୀ ବଳ, ଉଗ୍ରସେନ ବିଶ୍ୱାଳ, ନାରାୟଣ ମହାଲିକ ଓ କିଶୋର ନାୟକ ପ୍ରମୁଖ ସାମିଲ ହୋଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.