oom

ଗଛ ହିଁ ମଣିଷର ପ୍ରକୃତ ବନ୍ଧୁ : ବନ ମହୋତ୍ସବ ଅନୁଷ୍ଠିତ

jsmm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ବନଖଣ୍ଡ ଅଧିନସ୍ଥ କଣ୍ଟାବାଞ୍ଜି ବନାଞ୍ଚଳ ତରଫରୁ ଆଜି ୭୨ତମ ବନମହୋତ୍ସବର ତୃତୀୟ ଦିବସ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ କଣ୍ଟାବାଞ୍ଜିସ୍ଥିତ ଝାଙ୍କରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବନାଞ୍ଚଳ ଅଧିକାରୀ ଶ୍ରଦ୍ଧାଦେବ ବଡମାଳିଙ୍କ ଉପସ୍ଥିତିରେ ଅତିଥି ଭାବେ ଜୁନିଅର ରେଡକ୍ରସ ପରାମର୍ଶ ଦାତା ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ, ପ୍ରକୃତିବନ୍ଧୁ ସୂର୍ଯ୍ୟକାନ୍ତ ରଣା, ପ୍ରକୃତିବନ୍ଧୁ ଡୋଳାମଣି ମହତ ଯୋଗଦେଇଥିଲେ ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେକ କୁଆବତ ଅଲ୍ଲୀ, ଶିକ୍ଷୟତ୍ରୀ ସବିତା ରଣା, ଭି.ନାରାୟଣୀ, ବୈଜୟନ୍ତୀ ବାଗ, ଯଶୋଦା ବିଡିକା, ଏନ୍‌ ବିନିତା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମୁରଲୀ ନାଗ ସମେତ ସଭ୍ୟ ବୃନ୍ଦ ପରିସର ମଧ୍ୟରେ ବୃକ୍ଷ ରୋପଣ କରିଥିଲେ ।ତାପରେ ସେମଲା ଗ୍ରାମ ପାଖରେ ଥିବା ସଂରକ୍ଷିତ ଜଙ୍ଗଲ ଓ ଖାଲି ପଡିଆରେ ବନ ସୁରକ୍ଷା ସମିତିର ସହଯୋଗରେ ବୃକ୍ଷ ରୋପଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଭାରତୀୟ ଜନତା ଦଳର ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ, ଜୁନିୟର ରେଡକ୍ରସ ପରାମର୍ଶ ଦାତା ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ, ପ୍ରକୃତିବନ୍ଧୁ ଡୋଳାମଣି ମହତ, ଆଶିଷ ଜୈନ, ସରପଞ୍ଚ ସୁଦର୍ଶନ କଟା ଯୋଗ ଦେଇଥିଲେ । ଶ୍ରୀ ଦାଶ ସର୍ବ ପ୍ରଥମେ ଉପସ୍ଥିତ ପ୍ରକୃତିପ୍ରେମୀଙ୍କୁ ବନମହୋତ୍ସବର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଉପସ୍ଥିତ ସମସ୍ତ ଅତିଥି ଗଛ ହିଁ ମଣିଷର ପ୍ରକୃତ ବନ୍ଧୁ ବୋଲି ମତ ଦେଇଥିଲେ । ତାପରେ ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତି, ପ୍ରକୃତିପ୍ରେମୀ ଓ ବନ ବିଭାଗର କର୍ମଚାରୀ ମାନେ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫରେଷ୍ଟର ବିନୋଦ ବିହାରୀ ଧରୁଆ, ଚନ୍ଦ୍ରକାନ୍ତୀ ସୁନା, ପରାମ ମାଝୀ, କପିଳ ମାଝୀ, ଚିତ୍ତ ରଞ୍ଜନ ପନିକା ଆଦି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.