csstore

ଧୂମ୍ରପାନ ନିଷେଦ ସଚେତନତାକୁ ନେଇ ବାଲୁକା ଶିଳ୍ପୀଙ୍କ ବାଲୁକା କଳା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଧୂମ୍ରପାନ ଶରୀର ପାଇଁ କ୍ଷତିକାରକ ।ଧୂମ୍ରପାନ ଓ ତମାଖୁ ବର୍ଜନ କରି ନିଜ ଶରୀରକୁ ସୁସ୍ଥ ରଖିବା ନିମନ୍ତେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଜନ ଗହଳିପୂର୍ଣ୍ଣ ଅଞ୍ଚଳ ବଟେଶ୍ୱର ଶୈବପୀଠ ବେଳାଭୂମିରେ ସ୍ଥାନୀୟ କଣ୍ଟିଆଗଡ଼ ଗ୍ରାମର ଉଦୀୟମାନ ବାଲୁକାଶିଳ୍ପୀ ସଚ୍ଚିଦାନନ୍ଦ ପ୍ରଧାନଙ୍କ ଦ୍ଵାରା ବାଲୁକା କଳା ପ୍ରଦର୍ଶନ କରାଯାଇ ସମାଜକୁ ସଚେତନତା ବାର୍ତ୍ତା ଦିଆଯାଇଛି ।

ଧୂମ୍ରପାନ ଓ ତମାଖୁ ସେବନ ଦ୍ୱାରା ଫୁସଫୁସରେ ଗଭୀର ଭାବେ କ୍ଷତି ପହଞ୍ଚିବା ସହ ଓ ମୁଖ ଗହ୍ୱର କ୍ଷତ ସୃଷ୍ଟି ହୋଇ ଶରୀର ରୋଗାଗ୍ରସ୍ଥ ହୋଇଥାଏ । ଯାହାକୁ ନେଇ ବହୁ ମୂଲ୍ୟବାନ ଜୀବନ ଆକାଳରେ ଚାଲିଯାଇଥାଏ । ଉକ୍ତ ନିକୋଟିନ ଠାରୁ ଦୂରେଇ ରହି ସୁସ୍ଥ ମାନବ ସମାଜ ଗଠିତ ହେବା ନେଇ ଜନ ସଚେତନତା କରିଥିବା ଯୁବ ବାଲୁକା ଶିଳ୍ପୀଙ୍କ ମହତ୍ତ୍ୱ ଉଦ୍ଦେଶ୍ୟକୁ ବେଳାଭୂମିକୁ ପରି ଭ୍ରମଣରେ ଆସିଥିବା ପର୍ଯ୍ୟଟକଙ୍କ ସହ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି ।

jayashree
Leave A Reply

Your email address will not be published.