pakka

ଭୋଟଗଣତି ନେଇ ଜିଲ୍ଲା ପ୍ରଶାସନର ବିହିତ ପ୍ରସ୍ତୁତି

bbehera
  • ଗଣତି କେନ୍ଦ୍ର ମଧ୍ୟକୁ କେହି ବି ମୋବାଇଲ ସେଲ୍ ନେଇ ପାରିବେ ନାହିଁ
  • ଷ୍ଟ୍ରଙ୍ଗରୁମ୍‌କୁ ଜିଲ୍ଲାପାଳ ଯାଞ୍ଚ ଓ ତଦାରଖ କଲେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପଞ୍ଚଗୋଟି ପର୍ଯ୍ୟାୟରେ ଶାନ୍ତି ଓ ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଯାଇଛି । ଭୋଟ ଗଣତି ଶନିବାର ସକାଳ ଆଠଘଣ୍ଟା ଠାରୁ ସମସ୍ତ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ଭୋଟ ଗଣତି ଚଳିତ ୨୬ ତାରିଖଠାରୁ ଠାରୁ ୨୮ ରିଖ ପର୍ଯ୍ୟନ୍ତ ଗଣନା ଶାନ୍ତି ଶୃଙ୍ଖଳାର ସହିତ ସମାହିତ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଜିଲ୍ଲାବାସୀଙ୍କ ଠାରୁ ଆଶା ପ୍ରକାଶ କରିବାପୂର୍ବକ ଭୋଟ ଗଣତି କକ୍ଷରେ ମୋବାଇଲ ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଭୋଟଗଣତି କାର୍ଯ୍ୟରେ ନିୟୋଜିତ କର୍ମଚାରୀ/ ଅଧିକାରୀ କିମ୍ବା ଦଳୀୟ ଏଜେଣ୍ଟ କେହି ବି ନିଜ ମୋବାଇଲ ସେଲ୍ କାଉଣ୍ଟିଙ୍ଗ କକ୍ଷକୁ ନେଇ ପାରିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱଷ୍ଟଭାବେ ନିର୍ଦ୍ଦେଶ ଜାରୀ ହୋଇଛି । ଏପରିକି ବିନା ପରିଚୟ ପତ୍ରରେ ମଧ୍ୟ କୌଣସି ବ୍ୟକ୍ତି ପ୍ରବେଶ କରିପାରିବେ ନାହିଁ । କେବଳ ସରକାରୀ ଭାବେ ନିୟୋଜିତ ହୋଇଥିବା ଭିଡିଓ କ୍ୟାମେରା ଦ୍ଵାର ସମସ୍ତ ଗଣନା କାର୍ଯ୍ୟ ରେକର୍ଡିଙ୍ଗ କରାଯିବ । ବେଲଟ ପେପର ଗୁଡିକ ଯେପରି ସୁରକ୍ଷିତ ରହିବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ରଖାଯିବ । ପାନୀୟ ଜଳ ଠାରୁ ଆରମ୍ଭ କରି କୌଣସି ଖାଦ୍ୟ ସାମଗ୍ରୀ ଭୋଟ ଗଣନା କକ୍ଷକୁ ଯିବନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । କାଉଣ୍ଟିଙ୍ଗ ସେଣ୍ଟରର ୧୦୦ ମିଟର ପରିଧି ମଧ୍ୟରେ କେହି ରହିବେ ନାହିଁ, ସେହି ଅଞ୍ଚଳ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି ।

jay balangir
Leave A Reply

Your email address will not be published.

13 − 1 =