csstore

ମହାରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ପାଳିତ

ଅନୁଗୋଳ, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଅନୁଗୋଳ ଜିଲ୍ଲା ଆନୁକୂଲ୍ୟରେ ମହାରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ଗୋଁଣ୍ଡଭବନ ଅମ୍ବସରମୁଣ୍ଡାଠାରେ ପାଳିତ ହୋଇଯାଇଛି । ଗୋଁଣ୍ଡୱାନା ରାଜ୍ୟ ମହାରାଜା ସଂଗ୍ରାମ ଶାହା ମଣ୍ଡାବୀଙ୍କ କୂଳବଧୁ ମହାରାଣୀ ଦୁର୍ଗାବତୀ ମଣ୍ଡାବୀ ତାଙ୍କ ସ୍ୱାମୀ ମହାରାଜା ଦଲପତ ଶାହାଙ୍କ ଅକାଳ ମୃତ୍ୟୁ ପରେ ଖ୍ରୀ୧୫୫୦ରୁ ଖ୍ରୀ୧୫୬୪ ପର୍ୟ୍ୟନ୍ତ ଶାସନ କରିଥିଲେ । ତାଙ୍କ ସମୟରେ ସୁବର୍ଣ୍ଣ ମୁଦ୍ରା ପ୍ରଚଳନ, ରାଜ୍ୟ ପରିସୀମା ବର୍ଦ୍ଧନ, ବହୁ ପୋଖରୀ, ଦୁର୍ଗ, ଚାଷି ଗ୍ରାମ ସୃଷ୍ଟି କରି ଅତ୍ୟନ୍ତ ପ୍ରଜା ବତ୍ସଳ ଥିଲେ । ମହାରାଣୀ ୧୪ ବର୍ଷ ଶାସନ କାଳ ମଧ୍ୟରେ ୫୧ ଥର ଓ ମୋଗଲଙ୍କ ସହିତ ୩ ଥର ଯୁଦ୍ଧ କରି କେବେ ପରାଜିତ ହୋଇନଥିଲେ । ସମ୍ରାଟ ଆକବରଙ୍କ ଦ୍ୱାରା ପ୍ରେରିତ ଛଅ ଜଣ ସେନାପତିମାନଙ୍କ ସହିତ ଯୁଦ୍ଧ କରି ୪୦ ବର୍ଷ ବୟସରେ ଜବଲପୁର ପାଖ ନର୍ରରାଇଠାରେ ୨୪ ଜୁନ ୧୫୬୪ରେ ମାତୃଭୂମିର ସୁରକ୍ଷା ପାଇଁ ଆତ୍ମ ବଳିଦାନ ଦେଇଥିଲେ । ସପ୍ତମ ଶ୍ରେଣୀ ଇତିହାସ ବହିରେ ଗୋଁଣ୍ଡୱାନା ମାନଚିତ୍ର ଥିଲେ ମଧ୍ୟ ଗୋଁଣ୍ଡୱାନା ରାଜାମାନଙ୍କ ବିଷୟରେ ବର୍ଣ୍ଣନା ନାହିଁ, ତାଙ୍କର ଅତୁଳନୀୟ ସଂଗ୍ରାମୀ ଜୀବନୀକୁ ପାଠ୍ୟ ପୁସ୍ତକରେ ସାମିଲ କରିବା ଓ ଗୋଁଣ୍ଡ ସଂପ୍ରଦାୟର ବୀରଗାଥା ଅକ୍ଷୁର୍ଣ୍ଣ ରଖିବା ପାଇଁ ବକ୍ତାମାନେ ଦାବୀ କରିଥିଲେ । ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଅନୁଗୋଳ ଜିଲ୍ଲା ସଭାପତି ସଦାଶିବ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଧାୟକ ଆଠମଲ୍ଳୀକ ରମେଶ ଚନ୍ଦ୍ର ସାଏ ମୁଖ୍ୟ ଅତିଥି, ରାଜ୍ୟ ମହିଳା ସମିତି ସଭାପତି ସୁକାନ୍ତୀ ବାଳା ନାୟକ ମୁଖ୍ୟବକ୍ତା, ରାଜ୍ୟ ସଂଗଠନ ମହାସଚିବ ପ୍ୟାରୀମୋହନ ନାୟକ, ରାଜ୍ୟ ଉପସଭାପତି ଦମୟନ୍ତୀ ମହାପାତ୍ର ସମ୍ମାନିତ ଅତିଥି ଏବଂ ନିନ୍ତ୍ରିତ ଅତିଥି ଭାବରେ ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ, ରାଜ୍ୟ ମହିଳା ସମିତି ମହାସଚିବ ସୁଜାତା ନାୟକ ଯୋଗ ଦେଇଥିଲେ । ଶେଷରେ ଜିଲ୍ଲା ମହାସଚିବ ବାଙ୍କନିଧି ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.