pakka

ବେନିୟମ ଭାବେ ବାଲି ଚାଲାଣ : ୫୦ ହଜାର ଟଙ୍କା ଜୋରିମାନା ଆଦାୟ

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୋନପୁର- ମନମୁଣ୍ଡା ବ୍ରିଜ ତଳ ତେଲ ନଦୀରୁ ଗୋଟିଏ ଟ୍ରାକ୍ଟର, ରେଜିଷ୍ଟ୍ରେସନ ନମ୍ବର ଓଆର୍‌୩୧-୩୦୧୮କୁ ବେନିୟମ ଭାବେ ବାଲି ଚାଲାଣ କରୁଥିବା ସମୟରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟ ନାରାୟଣ ଦାଶଙ୍କ ତତ୍ୱାବଧାନରେ ସୋନପୁର ତହସିଲଦାର ନବୀନ କିଶୋର ପାଢ଼ୀ ଚଢ଼ାଉ କରି ବେନିୟମ ବାଲି ଚାଲାଣ ନିମନ୍ତେ ଟ.୫୦,୦୦୦/-ଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି । ପ୍ରଶାସନର ବାରମ୍ବାର ତାଗିଦ ସତ୍ୱେ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଏବଂ ଏହି ବେଆଇନ ବାଲି ଚାଲାଣକୁ ରୋକିବା ନିମନ୍ତେ ଜୋରିମାନା ଅର୍ଥରାଶିକୁ ବୃଦ୍ଧି କରାଯାଇଥିବା ଜଣାପଡିଛି । ଏହି ଚଢ଼ାଉ ସମୟରେ ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର, ରାଜସ୍ୱ ନିରୀକ୍ଷକ ସୁଧୀର କୁମାର ପାଣ୍ଡିଆ ତଥା ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

10 + six =