pakka

ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀରେ ଓକିଲଙ୍କ ଆନ୍ଦୋଳନ ୩ୟ ପାଳିରେ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରଠାରେ ହାଇକୋର୍ଟର ଏକ ସ୍ୱତନ୍ତ୍ର ବେଞ୍ଚ ପ୍ରତିଷ୍ଠା ଦାବୀରେ ଓକିଲମାନଙ୍କ ଆନ୍ଦୋଳନ ପନ୍ଥା ସତ୍ୟାଗ୍ରହ ଜାରୀ ରହିଛି । ଆଜକୁ ତୃତୀୟ ପାଳି ଅର୍ଥାତ ପ୍ରତିମାସର ୩୦ ତାରିଖ ଦିନଟି ସତ୍ୟାଗ୍ରହ ଭାବେ ଓକିଲମାନେ ନିରବ ଆନ୍ଦୋଳନ କରିଆସୁଛନ୍ତି । ଛତ୍ରପୁର ବାରଆସୋସିଏସନ୍‌ର ସଭାପତି ଆଡ଼ଭୋକେଟ ପ୍ରଦୀପ କୁମାର ପାଢ଼ୀଙ୍କ ନେତ୍ତୃତ୍ୱରେ ଓକିଲମାନେ ଛତ୍ରପୁର ସିଭିଲକୋର୍ଟ ପରିସରରେ ପ୍ରତୀକ ଧାରଣାରେ ବସିଛନ୍ତି । ଖୁବଶୀଘ୍ର ବ୍ରହ୍ମପୁରଠାରେ ହାଇକୋର୍ଟର ସ୍ୱତନ୍ତ୍ର ବେଞ୍ଚ ପ୍ରତିଷ୍ଠା କରିବା ପାଇଁ ଦକ୍ଷିଣାଞ୍ଚଳର ମୁଖ୍ୟ ବ୍ରହ୍ମପୁର ସମେତ ଜିଲ୍ଲାର ବିଭିନ୍ନ କୋର୍ଟରେ ଓକିଲଙ୍କ ସତ୍ୟାଗ୍ରହ ଚାଲୁରହିଥିବା ଜଣାଯାଇଛି ।

jay balangir
Leave A Reply

Your email address will not be published.

nineteen + ten =