pakka

କୃଷି ଓ ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ଧାରଣା : ୫ ଘଣ୍ଟା ଧରି ତାଲା ପକାଇଲେ ଚାଷୀ, ଆସିଲେ ନାହିଁ ଅଧିକାରୀ, ନିରାଶ ହୋଇ ଫେରିଗଲେ ଚାଷୀ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ପ୍ରତେକ ବର୍ଷ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବାଧ୍ୟ ହୋଇ ଚାଷୀ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଇଥାଏ । ତେବେ ଧାର କରଜ ଆଣି ଚାଷୀ ବିଲରେ ଧାନ ବୁଣିଥାଏ । କିନ୍ତୁ ଚଳିତ ବର୍ଷ ବର୍ଷା ଅଭାବରୁ ମରୁଡି ପରିସ୍ଥିତି ଦେଖାଦେଇଛି । ଅନ୍ୟ ପକ୍ଷରେ ଅନେକ ଥର ଜିଲ୍ଲାରେ ଚାଷୀ ଆତ୍ମହତ୍ୟା କରିଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ତେବେ ଏଭଳି ପରିସ୍ଥିତିରେ ସଇଁନ୍ତଲା ବ୍ଲକରେ ଚଳିତ ବର୍ଷ ଅଦିନିଆ ବର୍ଷା ଯୋଗୁଁ ଅନେକ ପଞ୍ଚାୟତରେ ଗଜା ମରୁଡି ପରିସ୍ଥିତି ଦେଖା ଦେଇଛି ଯାହା ଫଳରେ ଚାଷୀ ମୁଣ୍ଡ ଉପରେ ହାତ ଦେଇବସିଛି । ଏହି ଗଜାମରୁଡ଼ିର ରିପୋର୍ଟ ସଂଗ୍ରହ କରିବା ସହିତ କ୍ଷତି ପୂରଣ ଦାବୀରେ କୃଷି ଅଧିକାରୀ ଚିତ୍ତରଞ୍ଜନ ଶତପଥୀ ଓ ସ୍ଥାନୀୟ ତହସିଲଦାର ସୁରେନ୍ଦ୍ର ମେହେରଙ୍କୁ ଶିଷକେଲା ଓ ବେଲଗାଁ ପଞ୍ଚାୟତର ଚାଷୀମାନେ ଅନେକ ଥର ଅଭିଯୋଗ ମଧ୍ୟ କରିଥିଲେ ହେଲେ ଚାଷୀଙ୍କ କଥାକୁ କେହି କର୍ଣ୍ଣପାତ କରିନଥିଲେ ଶେଷରେ ଆଜି ବାଧ୍ୟ ହୋଇ ଶିଷକେଲା ପଞ୍ଚାୟତ ସରପଞ୍ଚ ଉମାକାନ୍ତ ରଣାଙ୍କ ନେତୃତ୍ୱରେ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଆଗରେ ଶତାଧିକ ଚାଷୀ ଧାରଣା ଦେବା ସହ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଲା ପକାଇଥିଲେ । ହେଲେ କୃଷି ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ନିଜର କ୍ଷତିପୂରଣ ଦାବୀରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ କୃଷି ଅଧିକାରୀଙ୍କ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା ପରେ ଦେଖା ମିଳିନଥିବା ଯୋଗୁଁ ନିରାଶ ହୋଇ ଚାଷୀମାନେ ଘରକୁ ଫେରି ଆସିଥିଲେ । ପରେ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ କିନ୍ତୁ ତହସିଲଦାର ଅନୁପସ୍ଥିତ ଥିବା ଯୋଗୁଁ ଘରକୁ ଫେରି ଯାଇଥିଲେ । ଏଥିରେ ଚାଷୀ ପ୍ରଶ୍ନ କରିଛନ୍ତି ଯେ, ଅଧିକାରୀମାନେ କାହା ପାଇଁ କାର୍ଯ୍ୟ କରୁଛନ୍ତି ଯଦି ଅଧିକାରୀମାନେ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଶୁଣିବା ପାଇଁ ନାରାଜ ତାହେଲେ ଶୁଣିବ କିଏ ବୋଲି କହିଛନ୍ତି ଏବଂ ଚାଷୀଙ୍କ କ୍ଷେତି ପୂରଣ ନଦେଲେ ଆଗାମୀ ସମୟରେ ରାଜରାସ୍ତାକୁ ଓହ୍ଲେଇ ଆନ୍ଦୋଳନ କରାଯିବ ବୋଲି ଚାଷୀ ବିକି ଜି ନାଗ, ମହନ ରଣା, ମେଘନାଦ ରଣା, ଜୟଦେବ ରଣା, ତେଜରାଜ ରଣା, ସୁବାଷ ଚନ୍ଦ୍ର ସାହୁ, ମହେନ୍ଦ୍ର ରଣା, କୈଳାସ ରଣା, ନୀଳମଣି ରଣା ପ୍ରମୁଖ ଚେତାବନୀ ଦେଇଛନ୍ତି । ଏନେଇ କୃଷି ଅଧିକାରୀ ଚିତ ରଞ୍ଜନ ଶତପଥୀଙ୍କୁ ଫୋନ ଯୋଗେ ପଚାରୁବାରୁ ସନ୍ତୋଷ ଜନକ ଉତ୍ତର ଦେଇନ ଥିଲେ ବୋଲି ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

one × 2 =