pakka

ମେଜର ଡୋଲାମଣି ପୁରୋହିତ ସମ୍ବର୍ଦ୍ଧିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ତଥା ପ୍ରଥମ ଏନ୍‌ସିସି ଅଧିକାରୀ ମେଜର ଡୋଲାମଣି ପୁରୋହିତଙ୍କୁ ତାଙ୍କ ବାସଭବନରେ ମହା ବିଦ୍ୟାଳୟତରଫରୁ ଅଧ୍ୟକ୍ଷ ଡ. ଲଳିତେନ୍ଦୁ ନାୟକ, ଏନ୍‌ସିସି ଅଧିକାରୀ ଲେଫ୍ଟେନେଣ୍ଟ ଜୟ କୁମାର ଭୁଏ, ଅଧ୍ୟାପକ ଡ.ବିରଞ୍ଚି ସାହୁ ଓ ଏନ୍‌ସିସି କ୍ୟାଡେଟମାନେ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ମେଜର ଶ୍ରୀ ପୁରୋହିତ ଗତ ୨୮ ତାରିଖ ଦିନ କଲେଜ ଏନ୍‌ସିସି ୫୦ ତମ ପ୍ରତିଷ୍ଠା ଉତ୍ସବରେ ସ୍ୱାସ୍ଥ୍ୟଗତ କାରଣରୁ ଉପସ୍ଥିତ ହୋଇପାରିନ ଥିଲେ । ୧୯୭୦ ମସିହାରେ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ଏନ୍‌ସିସି ଶାଖାର ପ୍ରତିଷ୍ଠା ଓ ପରିଚାଳନାରେ ମେଜର ଶ୍ରୀ ପୁରୋହିତଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

jay balangir
Leave A Reply

Your email address will not be published.

ten − five =